ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୬ , ତୃତୀୟ ବର୍ଷ ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ବସନ୍ତ ସମୟ ରଙ୍ଗର ପରବ

ଲେଖା : କୈଳାସ ଚନ୍ଦ୍ର ଧଳ

କୋଇଲି ଗାଉଛି କୁହୁ କୁହୁ ହୋଇ
ବଉଳ ଦେଉଛି ବାସ
ମଳୟ ପବନ ବହେ ସୁଉ ସୁଉ
ଚହଟାଇ ଚଉପାଶ |

ହେନା ଜୁଇ ଜାଇ କୁରେଇ କରବୀ
ଜିନିଆ ସେବତୀ ଫୁଲ
ଜାତି ଜାତି ଗେଣ୍ଡୁ ପଳାସ ସୋରିଷ
ଫୁଟି ଦିଶେ ଝଲମଲ |

ହଳଦୀ ରଙ୍ଗରେ ହସଇ ବସନ୍ତ
ସବୁଜ ଦିଶଇ ଧରା
କଅଁଳିଆ ଖରା ମନ୍ଦ ସମୀରଣ
ବିଲ ବଣ ଶୋଭା ଭରା |

ଏକାଳେ ଫଗୁଣ ବିଞ୍ଚଇ ଅବିର
ଫଗୁ ରଙ୍ଗେ ମନ ତାଜା
ଦୋଳ ମଣ୍ଡପରେ ରାଧାକୃଷ୍ଣଙ୍କର
ଫୁଲ ଦୋଳି ହୁଏ ସଜ୍ଜା |

ଜାତି ଧର୍ମ ଭୁଲି ପୁଅ ଝିଅ ମିଳି
ହୋଲିରେ ଉଠନ୍ତି ମାତି
ବସନ୍ତ ସମୟ ରଙ୍ଗର ପରବ
ଗାଉଥାଏ ମଧୁ ଗୀତି |


ମୋବାଇଲ- -88895119944

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

01-04-2026 / 22:39:02

ବହୁତ ସୁନ୍ଦର ହେଇଛି କବିତାଟି। ବସନ୍ତର ବର୍ଣ୍ଣନା ସହ ହୋଲି ପର୍ବ ବିଷୟରେ ଲେଖା ସୁନ୍ଦର ହୋଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion