ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ବୁନ୍ଦି

ଲେଖା : ସ୍ନିଗ୍ଧା ନାୟକ

ବୁନ୍ଦିର ଜନ୍ମ ରିଆର ଗାଆଁର ପୋଖରୀରେ ହେଇଥିଲା । ପୋଖରୀର ଜଳ ନିର୍ମଳ ଥିଲା । ବୁନ୍ଦି ଖୁସି ଖୁସି ସେଇ ପୋଖରୀରେ ବାସ କରୁଥିଲା । ସେ ତା ` ସାଙ୍ଗ ମାନଙ୍କ ସହ ନାଚିବାକୁ ଭଲ ପାଉଥିଲା , ଛପ୍... ଛପ୍... ଛାପ୍...!

ପାହାନ୍ତିଆ ସୂର୍ଯ୍ୟଙ୍କ ଉଷୁମ କିରଣ ତଳେ, ଚଢ଼େଇ ମାନେ ପୋଖରୀ ହୁଡ଼ାରେ ଥିବା ଗଛ ଉପରେ ବସି ତା ` ପାଇଁ ଗୀତ ବୋଲୁଥିଲେ। ଗଛମାନେ ତାକୁ ଶୋଷି ନିଜ ଭିତରକୁ ନେଇ ଯାଉଥିଲେ । ଛୋଟ ଛୋଟ ପିଲାମାନେ ପୋଖରୀ କୂଳରେ ଖେଳୁଥିବା ବେଳେ ବୁନ୍ଦି ସେମାନଙ୍କୁ ଦେଖି ଖୁସି ହେଉଥିଲା । ପିଲାମାନେ ମଧ୍ୟ ଖେଳି ସାରି ପରିଷ୍କାର ପୋଖରୀ ପାଣିରେ ହାତଗୋଡ ଧୋଇ ଘରକୁ ଫେରୁଥିଲେ ।

ସମସ୍ତଙ୍କ କାମରେ ଲାଗି ପାରୁଥିବାରୁ ବୁନ୍ଦି ଖୁସିଥିଲା ।

ଦିନେ ବୁନ୍ଦି ଗୋଟିଏ ପାଇପ ଦେଇ ରିଆର ଗାଧୁଆ ଘର ନଳ ପାଖରେ ପହଞ୍ଚିଲା । ଗାଧୁଆ ଘରର ନଳ ଅଳ୍ପ ଖୋଲାଥିବାରୁ ସେ କୌଣସି ବ୍ୟବହାରରେ ନଲାଗି ତଳେ ପଡ଼ିଗଲା । ତା ` ସହ ତା ` ସାଙ୍ଗମାନେ ମଧ୍ୟ ଜଣ ଜଣ କରି ତଳେ ପଡ଼ିବାକୁ ଲାଗିଲେ , ଥପ୍.... ଥପ୍... ଥପ୍...! quot; ଆରେ , ମୁଁ ତଳେ ପଡି ନଷ୍ଟ ହେଉଛି । କାହାରି ବ୍ୟବହାରରେ ଆସୁନାହିଁ । ସାହାର୍ଯ୍ୟ କର...., କହି ବୁନ୍ଦି କାନ୍ଦିବାକୁ ଲାଗିଲା ।" ବୁନ୍ଦି ସହ ଅନ୍ୟ ଜଳବୁନ୍ଦା ମାନେ ମଧ୍ୟ ପାଟି କରି କହିବାକୁ ଲାଗିଲେ , " ଆମେ ତୁମର ଶୋଷ ମେଣ୍ଟାଇଥାଉ । ଗଛକୁ ତା ` ଖାଦ୍ୟ ତିଆରି କରିବାରେ ସାହାର୍ଯ୍ୟ କରିଥାଉ । ଆମ ବିନା ଜୀବନ ଅସମ୍ଭବ , ଆମକୁ ବଞ୍ଚାଅ ! ବୁନ୍ଦି ନାଳରେ ବୋହିଗଲା । ସେ ଦୁଃଖିତ ଥିଲା । ତା ` ଚାରିଆଡ଼େ ଅନ୍ୟ ଜଳବୁନ୍ଦା ମାନେ ମଧ୍ୟ ଘେରି ରହିଥିଲେ ।

" ଆମେ ମୂଲ୍ୟବାନ୍ , ମଣିଷ ମାନେ ଏକଥା କାହିଁକି ଭୁଲି ଯାଉଛନ୍ତି । " ଆଉ ଗୋଟିଏ ଜଳବୁନ୍ଦା ଅନୁରୋଧ କରି କହିଲା । ପାଖ କୋଠରିରେ ରିଆ ଶୋଇଥିଲା । ସେମାନଙ୍କ କଥା ଶୁଣି ଚାଉଁ କିନା ତା ` ନିଦ ଭାଙ୍ଗିଗଲା । ସକାଳେ ପ୍ରାର୍ଥନା ସଭାରେ ଗୁରୁମା କହିଥିବା କଥା ଗୁଡ଼ିକ ତାର ମନେ ପଡିଗଲା । ଗୁରୁମା କହିଥିଲେ -
" ଆଜି ମାର୍ଚ୍ଚ ବାଇସି , ଜଳ ଦିବସ । ଆଜି ଜଳ ଆମ ପାଇଁ କେତେ ମୂଲ୍ୟବାନ୍ ସେକଥା କହିବି । ଜଳ ହିଁ ଜୀବନ । ଆମ ପୃଥିବୀର ଚରିଭାଗରୁ ତିନିଭାଗରେ ପାଣି ଅଛି କିନ୍ତୁ ସବୁ ବ୍ୟବହାର ଯୋଗ୍ୟ ନୁହଁ । କେବଳ ତିନି ପ୍ରତିଶତ ଜଳ ବ୍ୟବହାର ଯୋଗ୍ୟ । ଜଳ ବିନା ଜଗତ ସମ୍ଭବ ନୁହଁ । ଜଳ ବିନା ଗଛ ଗୁଡ଼ିକ ଶୁଖିଯିବ । ଜୀବଜନ୍ତୁ ମାନେ ଏପରିକି ମଣିଷ ମାନେ ମଧ୍ୟ ବଞ୍ଚି ପାରିବେନି। ଆମେ ସମସ୍ତେ ଆମର ବିଭିନ୍ନ କାମ ପାଇଁ ଜଳକୁ ବ୍ୟବହାର କରିଥାଉ । ଜଳକୁ ଅଯଥା ନଷ୍ଟ କଲେ ଦିନେ ପୃଥିବୀର ସବୁ ଜଳ ସରିଯିବ । " ରିଆକୁ ମାନେ ପଡ଼ିଗଲା , ସେ ଗାଧୁଆ ଘର ନଳଟି ଖୋଲା ଛାଡି ଦେଇଛି । ସେ ଦଉଡ଼ି ଯାଇ ନଳଟିକୁ ଭଲ ଭାବରେ ବନ୍ଦ କରିଦେଲା । ସେ ତାର ଭୁଲ୍ ପାଇଁ ଦୁଃଖିତ ଥିଲା । ସେଦିନଠୁ ସେ ସମସ୍ତଙ୍କୁ ଏ ବିଷୟରେ ସଚେତନ କରାଇବାକୁ ଲାଗିଲା । ଗାଧୋଇବା ପାଇଁ ବାଲଟି ଓ ମଗ ବ୍ୟବହାର କଲା । ସାୱାରର ବ୍ୟବହାର ବନ୍ଦ କଲା । ଚାଉଳ ଧୁଆ ପାଣିକୁ ତା` ମାଆଙ୍କୁ ଗଛ ମୂଳରେ ଦେବାକୁ କହିଲା । ବର୍ଷା ଜଳକୁ ଟାଙ୍କିରେ ଜମା କରି ରଖିଲା ,ଯାହା କପଡ଼ା ଧୁଆ କିମ୍ବା ଅନ୍ୟ କାମରେ ବ୍ୟବହୃତ ହେଇ ପାରିବ ।
ଏବେ ବୁନ୍ଦି ଖୁସି ଥିଲା । ତା ` ସହ ସବୁ ଜଳବୁନ୍ଦା ମାନେ ମଧ୍ୟ ଖୁସି ହେଲେ । ରିଆକୁ , ବୁନ୍ଦି କହିଲା ," ଯେତେବେଳେ ସମସ୍ତେ ଏମିତି ଯତ୍ନର ସହ ଜଳକୁ ବ୍ୟବହାର କରିବେ, ଆମ ପୃଥିବୀ ହସିବ ଆଉ ଆମେ ସମସ୍ତେ ଖୁସିରେ ରହିବା ।

ମୋବାଇଲ- -୯୫୭୧୦୩୩୨୭୯

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion