ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆକାଶର ଵଉଦ

ଲେଖା : ଡକ୍ଟର ସୁନାମଣି ରାଉତ

କେବେ ଦିଶେ ହାତୀଘେ।ଡା
କେଵେ ଓଟ ନେଉଳ
କେବେ ପୁଣି ଦିଶୁଥାଏ
ପୁରୀ ଵଡ ଦେଉଳ।
ଥରେ ନୁହେଁ ଦି` ଥରକି
ଵାର ତେର ଚଉଦ
କେତେ ରୂପେ ଦିଶୁଥାଏ
ଆକାଶର ଵଉଦ
ଲାଗେ ଭାରି ଵଢିଆ,
ଅଗଣାରେ ହସୁଥାନ୍ତି
ନାଣ୍ଡି ନଣ୍ଡା ଧଡିଆ । ୧।

ନଈନାଳ ପୋଖରୀରୁ
ପାଣିଶୋଷି ସ୍ଵରୂଯ
ଆକାଶରେ ବୁଣିଦିଏ
ଜଳବିନ୍ଦୁ ମୁରୁଜ।
ସେଇସବୁ ଜଳଵିନ୍ଦୁ
ସାଙ୍ଗ ହେ।ଇ ମିଶନ୍ତି
ଆକାଶେ ବଉଦ ହେ।ଇ
ଭେଳା ଭେଳା ଦିଶନ୍ତି।
ପାହାଡର ଚୂଳରେ,
ଝାମ୍ପୁରା କେଶଭଳିଆ
ହେ।ଇଥାନ୍ତି ଠୁଳରେ। ୨।

ବଉଦରେ ଲୁଚିଛପି
ରହିଥାଏ ଵିଜୁଳି
ଵେଳେବେଳେ ଚିକ୍ ମିକ୍
ଉଠୁଥାଏ ଉଜୁଳି।
କଳା କଳା ବଉଦରେ
ଧଳାବଗ ଉଡିଲେ
କି ସୁନ୍ଦର ଦିଶେଆହା
ସୂରୁଯଟି ଵୁଡିଲେ।
ରାତି ଆସେ ଘନେଇ,
ଜହ୍ନ ଖେଳେ ଲୁଚକାଳି
ହସୁଥାଏ କହ୍ନେଇ। ୩।

ମୋବାଇଲ- - ୯୪୩୭୧୯୨୮୯୦

ଲେଖା ସମ୍ପର୍କୀୟ ମତାମତ

ରଘୁନନ୍ଦନ ମହାପାତ୍ର।

01-03-2026 / 15:20:57

ଆକାଶ ର ହୃଦୟ ବିଶାଳ।ରୁତୁ କୁ ନେଇ ଆକାଶ ରେ ପ୍ରକାଶ ପାଇଥାଏ ଭେଳିଭେଳି ବାଦଲ ର ରଂଗ ଛଟା ଛବି। କବିତା ଟି ବେଶ୍ ଆପଣାର ଛବି ରେ ରଙ୍ଗାୟିତ। ଚମତ୍କାର ସର୍ଜନା। ଧନ୍ୟବାଦ ସାର୍।

Dinabandhu poi

01-03-2026 / 11:11:11

ଭାରି ସୁନ୍ଦର ଲେଖା , ଶିଶୁ ମନଲାଖି ହୋଇଛି, ଶୁଭେଚ୍ଛା ଓ ଅଭିନନ୍ଦନ ସହ ନମସ୍କାର ଜଣାଉଛି, ସ୍ଵରୂଯ ଶବ୍ଦ ଟି ଜାଣି ପାରିଲି ନାହିଁ,

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion