ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନୂଆ ସୂରୁଜଟି ହସେ

ଲେଖା : ଡ ରବିନାରାୟଣ ସାହୁ

ଅନ୍ଧାର ରାତିର କଳା ପରଦାଟି
ଧରଣୀରୁ ଯେବେ ଖସେ
ପୂରୂବ ଆକାଶେ ସିନ୍ଦୂରା ଫଟେଇ
ନୂଆ ସୂରୁଜଟି ହସେ।

ବିଞ୍ଚି ବିଞ୍ଚି ଦିଏ ନାଲିଆ ମୁରୁଜ
କୋଣେ କୋଣେ ଚଉଦିଗେ
ସବୁଜ ପତର ଘାସ ଗାଲିଚାରେ
ନବ ଶିହରଣ ଜାଗେ।

ଉଛୁଳି ପଡେ ସେ ଗିରି ଶିଖରରେ
ଖେଳଇ ଝରଣା ଜଳେ
ସାଗର ଲହରୀ ପରେ ନାଚି ନାଚି
ଜନ ମନ ଚିତ୍ତ ହରେ।

ଉଡି ଯାଉଥିବା ଚଢ଼େଇ ପରରେ
ଫୁଲର ପାଖୁଡ଼ା ଧାରେ
ଭେଦ ଭାବ ଭୁଲି ଛୁଇଁ ଛୁଇଁ ଯାଏ
ନରମ ସୁନେଲି କରେ।

ଗ୍ରୀଷମେ ଜଳଇ ରଡ଼ ନିଆଁ ପରି
ଶୀତରେ ଲାଗଇ ମିଠା
ଟପ ଟପ ବରଷା ବିନ୍ଦୁରେ
ଇନ୍ଦ୍ରଧନୁ ର ଛଟା।

ନିଇତି ଉଠେ ସେ ସଅଳ ଶେଯରୁ
ଦିନେ ବି କରେନି ଡେରି
ସାରା ଦିନ ଯାକ କିରଣ ବିତରି
ସଂଜ ଆଗୁ ଯାଏ ଫେରି।

ସବୁରି କାନରେ କହିଯାଏ ସିଏ
ହୁଅ ନାହିଁ ଅଳସୁଆ
ସମୟକୁ ଚିହ୍ନି କର୍ମଠ ହୋଇଲେ
ଜିତାପଟ ବାବୁ ଥୁଆ।

ଭ୍ରାମ୍ୟଭାଷ – ୯୮୬୧୦୮୯୩୪୮

ଲେଖା ସମ୍ପର୍କୀୟ ମତାମତ

ଦୀନବନ୍ଧୁ ପୋଇ

01-03-2026 / 15:16:30

ଭାରି ଭଲ ଲାଗିଲା କବିତାଟି , କବିଙ୍କୁ ବଧେଇ ଜଣାଉଛି ,

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion