ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୬ , ତୃତୀୟ ବର୍ଷ : ତୃତୀୟ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମଣିଷପଣ କୁ ଯିବୁନି ଭୁଲି

ଲେଖା : ଦେବାଶିଷ ଚକ୍ରବର୍ତ୍ତୀ

କରକଶ କଥା କହିକରି କେଭେଁ
ଦୁଃଖ ଦେବୁ ନାହିଁ କାହା ମନରେ
ଯିଏ ଯାହା କହୁ ତହିଁରେ କି ଯାଏ
ଚାଲୁଥିବୁ ସଦା ସତ୍ୟ ପଥ ରେ।

ଠିକଣା ଜାଗା କୁ ଯିବା ପାଇଁ ଯଦି
ଅନ୍ଧଟିଏ ଖୋଜି ପାଉନି ରାହା
କଷ୍ଟ ପଡୁ ପଛେ ନିଶ୍ଚୟ ତାହାର
ହାତ ଧରି ଆମେ ହୋଇବୁ ସାହା।

ରୋଗ ବାଧକ ରେ ସଢୁଛି ଯଦି କେ
ପାଶେ କେହି ତାର ନାହାନ୍ତି ବୋଲି
ଡ଼ାକ୍ତର ପାଖକୁ ନେଇଯିବୁ ତାକୁ
ସାଙ୍ଗ ସାଥି ସବୁ ଏକାଠି ମିଳି।

ଖାଇବାକୁ ମୁଠେ ଆହାର ନପାଇ
ଭୋକରେ ଯଦି କେ ରହିଛି ପଡି
ମାଆଙ୍କ ପାଖରେ ଅଳି କଲେ ନିଶ୍ଚେ
ଭାତ ମୁଠେ ଦେବେ ତାହାକୁ ବାଢି।

ମୁନି ଋଷିମାନେ କହି ଯାଇଛନ୍ତି
ପର ଉପକାର ସରଗ ବୋଲି
ଅଥଚ ଆମର ଖିଆଲପଣ ରେ
ଯାଉଅଛୁ ସେହି କଥା କୁ ଭୁଲି।

ଲାଭ କଣ ଯଦି ପାଠତକ ଆମ
ପୋଥୀରେ ରହିଲେ ସାଇତା ହୋଇ
ମଣିଷପଣ କୁ ପାସୋରିଲେ ଆମେ
ପାରିବୁ କି କେଭେଁ ମଣିଷ ହୋଇ?

ମୋ ୯୪୩୭୭୫୨୩୯୫

ଲେଖା ସମ୍ପର୍କୀୟ ମତାମତ

ରଘୁନନ୍ଦନ ମହାପାତ୍ର।

01-03-2026 / 15:11:49

ଏହି କବିତା ର ନାମକରଣ ମନଛୁଆଁ ହୋଇଛି। ମାନବିକତା ଆଜି ର ଏକ ଆବଶ୍ୟକତା। ପିଲାଙ୍କ ପାଇଁ ଶିକ୍ଷଣୀୟ। ଧନ୍ୟବାଦ କବି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion