ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୬ , ତୃତୀୟ ବର୍ଷ ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ବନ୍ଧୁତା

ଲେଖା : ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ

ମହତ ଗୁଣର ବିକାଶ ପ୍ରକାଶେ
ସୁଖ ଦୁଃଖ ଏ ଜୀବନ,
ଏଇ ତ ଜୀବନ ସତ୍ୟ ଓ ବାସ୍ତବ
ପ୍ରଭୁଙ୍କ ମହାନ୍ ଦାନ ।
ଦୁଃଖ ସମୟରେ ସାନ୍ତ୍ଵନା ସାହସ
ଦିଏ ଯେ ପ୍ରକୃତ ବନ୍ଧୁ,
ବନ୍ଧୁ ପ୍ରତି ବନ୍ଧୁ ସଦ୍ଭାବ ବନ୍ଧୁତା
ମହତ ଗୁଣର ସିନ୍ଧୁ ।
ସାମାଜିକ ଗୁଣ ସମ୍ପର୍କ ସ୍ଥାପନ
ବନ୍ଧୁତାରେ ପରିଣତ,
ସୁସ୍ଥ ଓ ସୁନ୍ଦର ସମାଜ ଗଠନେ
ବନ୍ଧୁତାର ଆବଶ୍ୟକ ।
ସଙ୍ଗାତ,ବଉଳ, ଗୋଲାପ,ମକର
ବନ୍ଧୁତାର ଏ ପ୍ରତୀକ,
ନିର୍ମଳ ହୃଦୟ ବନ୍ଧୁତା ସୂତ୍ରରେ
ଆବଦ୍ଧ ଯେ ସ୍ଵାଭାବିକ ।
ସ୍ବଭାବ ସୁନ୍ଦର ମିତ୍ରତା ବିମଳ
ବ୍ୟବହାରେ ମଧୁରତା,
ବନ୍ଧୁତା ମହତ୍ତ୍ଵ ବନ୍ଧୁର କର୍ତ୍ତବ୍ୟ
ଅର୍ପଣରେ ମାନବତା ।
ବିପଦରେ ବନ୍ଧୁ ଦେବଦୂତ ପରି
ଚନ୍ଦନରେ ଶୀତଳତା,
କୃଷ୍ଣ ଓ ଅର୍ଜୁନ ଦୁର୍ଯ୍ୟୋଧନ,କର୍ଣ୍ଣ
କାଳଜୟୀ ସାକ୍ଷୀ ସଖ। ।
କୃଷ୍ଣ ଓ ସୁଦାମ। ବନ୍ଧୁତା ସଂସ୍କୃତି
ଅଛି ଜ୍ୱଳନ୍ତ ଦୃଷ୍ଟାନ୍ତ,
ବନ୍ଧୁତା ଦ୍ୱାର।ହିଁ ଶାନ୍ତି ଓ ସଂହତି
ସମାଜରେ ପ୍ରତିଷ୍ଠିତ ।

ପୁରୀ ସଦର ବ୍ଲକ୍,ପୁରୀ,କୋଣାର୍କ

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion