ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୬ , ତୃତୀୟ ବର୍ଷ ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ହସି ଦିଅ ତମେ

ଲେଖା : କୀର୍ତ୍ତନ ସାହୁ

ହସି ଦିଅ ତମେ
ମନ ଖୋଲା ହସ
ହୃଦୟେ ପୁଲକ ଆସୁ
କହି ଦିଅ ଖୋଲି
ମନ ଛୁଆଁ କଥା
ମଧୁର ମଧୁର ବାସୁ ।

ହସି ଦିଅ ତମେ
ରାଗ ରୁଷା ବେଳେ
ମନଟି ହାଲୁକା ହେଉ
ମନର ଅଶାନ୍ତି
ଦୂର ହେଇ ଯାଇ
ଶାନ୍ତିର ମହକ ଦେଉ।

ହସି ଦିଅ ତମେ
ବାପା ମାଆ ପାଖେ
ଖୁସି ହେଉ ତାଙ୍କ ମନ
ତମ ହସ ଦେଖି
ସିଏ ବି ହସିବେ
ହସ ହିଁ ଅସଲ ଧନ ।

ହସି ଦିଅ ତମେ
ସାଙ୍ଗ ସାଥୀ ମେଳେ
ସେମାନେ ବି ହସି ଦେବେ
ମିଳିମିଶି ସବୁ
ଖେଳିବା ପାଇଁକି
ତମକୁ କୋଳେଇ ନେବେ ।

ହସ ହସ ମୁହେଁ
କାମ କରି ଯାଅ
କାମ ଯେ ସହଜ ହେବ
ଠିକ ସମୟରେ
କାମଟି ସରିଲେ
କେତେ ଯେ ଆନନ୍ଦ ଦେବ ।

ମିଶ୍ର କଲୋନୀ ଶାଳପଡ଼ା, କେନ୍ଦୁଝର ଦୂରଭାଷ – ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ

01-04-2026 / 22:44:48

ହସର ଉପକାରିତା କୁ ନେଇ ସୁନ୍ଦର କବିତା। ଧନ୍ୟବାଦ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion