ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୬ , ତୃତୀୟ ବର୍ଷ ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ସାଙ୍ଗ ହେବତ ଏମିତି

ଲେଖା : ହରିପ୍ରିୟା ପଟ୍ଟନାୟକ

ଗୋଟିଏ ଘଞ୍ଚ ଜଙ୍ଗଲରେ ଦନ୍ତାହାତୀଟିଏ ଦଳରୁ ଅଲଗା ହୋଇ ରହୁଥାଏ। ଜଙ୍ଗଲରେ ଖାଇବାକୁ ପ୍ରଚୁର ମିଳୁଥିଲା। କିନ୍ତୁ ତା` ମନରେ ସୁଖ ନଥାଏ। ସାଥୀଟିଏ ଥିଲେ ସିନା ମନର ସୁଖ ଦୁଃଖ ବାଣ୍ଟନ୍ତା । ଏକୁଟିଆଟା କଅଣ କରିବ।
ଦିନେ ହାତୀଟି ଡାଳପତ୍ର ଖାଇବା ପାଇଁ ଗୋଟିଏ ଗଛ ଆଡ଼କୁ ଶୁଣ୍ଢ ବଢେଇବା ବେଳେ ଦେଖିଲା ହନୁମାଙ୍କଡଟିଏ ଗଛ ଡାଳରେ ବସିଛି।ସେ ମଧ୍ୟ ଏକୁଟିଆ।ତା ପାଖରେ କେହି ସାଙ୍ଗସାଥୀ ନାହାଁନ୍ତି। ମାଙ୍କଡ଼ଟିକୁ ନିଜର ସାଙ୍ଗ କରିବ ବୋଲି ମନକରି ହାତୀ ତା` ଥୋଡ ପାହାଡ଼କୁ ଟେକି ତାକୁ କହିଲା "ମାଙ୍କଡ଼ ଭାଇ, ତମେ ମୋ ପିଠିରେ ବସ।ଆମେ ସାଙ୍ଗ ହେଇ ବୁଲିବା। ଯେଉଁଠାରେ ଭଲଭଲ ଫଳ ମିଳିବ, ସାଙ୍ଗହେଇ ଖାଇବା।
ମାଙ୍କଡ଼ ଦେଖିଲା ହାତୀ ପରି ଜୀବଟିଏ ତାକୁ ଡାକୁଛି ପିଠିରେ ବସିବାକୁ।ଏ ମଉକା ସେ ଛାଡ଼ିବ କାହିଁକି।
ମାଙ୍କଡ଼ ଧୀରେଧୀରେ ତଳ ଡ଼ାଳ ଆଡ଼କୁ ଖସିଲା।ଆଗ ଗୋଡ଼ ଦୁଇଟି ଯୋଡ଼ି ହାତୀକୁ ନମସ୍କାର କଲା।ହାତୀ ତା` ଶୁଣ୍ଢରେ ମାଙ୍କଡ଼କୁ ଆଦରରେ ଆଣି ତା` ପିଠିରେ ବସେଇଲା। ମାଙ୍କଡ଼ ପଚାରିଲା "ହାତୀ ଭାଇ,ତୁମେ ଗୋଠଛଡ଼ା ହେଇ ଏମିତି ଏକୁଟିଆ ବୁଲୁଛ କାହିଁକି?"ହାତୀଟି ମନଦୁଃଖରେ କହିଲା---
କ୍ରମଶଃ

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

01-04-2026 / 19:26:02

ଵନ୍ଧୁତା ଉପରେ କୁନି ଗପଟି ମନକୁ ଛୁଇଁଲା। ଧନ୍ୟବାଦ ମାମ୍।

ବୃନ୍ଦାବନ କୁମ୍ଭାର

01-04-2026 / 12:44:02

ଅତି ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion