ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୬ , ତୃତୀୟ ବର୍ଷ ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ବିଷୁବ ସଂକରାନ୍ତି

ଲେଖା : କୁଞ୍ଜବିହାରୀ ସାହୁ

ବେଲ ରସରେ ସଜା ହୋଇଛି
କେଡ଼େ ସୁଆଦ ପଣା,
ପିଅରେ ପିଅ ସାଥୀ ହୋଇକି
କରନି ମନ ଊଣା । ୧

ହସଖୁସିରେ ପିଇଲେ ପଣା
ଘର ଭିତରେ ବସି,
ବୋଉ କହିଲା ସୁନାଟି ତୁମେ
ଯଆରେ ହସି ହସି । ୨

ଦେଖରେ ପିଲେ ଝାମୁ ଯାତରେ 
ଜଳଇ ରଡ଼ ନିଆଁ,
ଠାକୁରେ ଧ୍ୟାୟୀ ଦଣ୍ଡୁଆମାନେ
ନିଆଁରେ ହେଲେ ଠିଆ । ୩

ବାପା ମା ସାଥେ କୁନି ପିଲାଏ
ଧରିଲେ ନିଜ ହାତ,
ସାହି ମୁଣ୍ଡକୁ ସଅଳ ଯାଇ
ଦେଖିଲେ ଝାମୁ ଯାତ । ୪

ଦେଖରେ ପିଲେ ମନ୍ଦିର ଇଏ
ଅଛନ୍ତି ହନୁମାନ,
ତାଙ୍କରି ପରା ଜନମଦିନ
କରରେ ଜୟଗାନ । ୫

ମନ୍ଦିର ଯାଇ ଭକତି ଭରେ
ହନୁମାନଙ୍କ ପାଦେ,
ମୁଣ୍ଡିଆଟିଏ ମାରିଲେ ପିଲେ
ଗାଇଲେ ଶଙ୍ଖନାଦେ । ୬

ଏମିତି ଏଇ  ଖୁସି ପରବ
ବିଷୁବ ସଂକରାନ୍ତି,
ଓଡ଼ିଆଙ୍କର ନୂଆବରଷ
ଜାଗେ ଓଡ଼ିଆ ଜାତି । ୭


ପାତ୍ରପଡା, ଭୁବନେଶ୍ବର
୭୦୦୮୧ ୪୨୦୪୦ 

ଲେଖା ସମ୍ପର୍କୀୟ ମତାମତ

Sanjukta parichha

08-04-2026 / 10:54:18

ଓଡ଼ିଆ ନବବର୍ଷ ଓ ହନୁମାନଙ୍କ ଜୟନ୍ତୀ ଉପଲକ୍ଷେ ସୁନ୍ଦର କବିତାଟିଏ ।

ହରିପ୍ରିୟା ପଟ୍ଟନାୟକ

01-04-2026 / 22:31:58

ଭଲଲାଗିଲା ସମୟ ଉପଯୋଗୀ ଲେଖା। ଧନ୍ୟବାଦ।

ଜୟକୃଷ୍ଣ ସାହୁ

01-04-2026 / 13:44:14

ପଣାସଂକ୍ରାନ୍ତି ଵେଲପଣା ଭାରି ସୁଆଦ ଲାଗିଲା। କୁଞ୍ଜ ଵାଵୁଙ୍କୁ ଅନେକ ଅନେକ ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion