ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ସାଙ୍ଗ ହେବତ ଏମିତି

ଲେଖା : ହରିପ୍ରିୟା ପଟ୍ଟନାୟକ

ପୂର୍ବ ପ୍ରକାଶିତ ଉତ୍ତାରୁ
(ଘଞ୍ଚ ଜଙ୍ଗଲରେ ଏକୁଟିଆ ଥିବା ଦନ୍ତା ହାତୀଟିଏ ଗଛ ଡାଳରେ ଏକା ଏକା ବସିଥିବା ହନୁମାଙ୍କଡଟିକୁ ସାଙ୍ଗ କରିବା ପାଇଁ ମନକରି ତାକୁ ଡାକିଲା ଓ ନିଜ ପିଠି ଉପରେ ବସେଇଲା।) ତାପରେ ----
ହାତୀ ପିଠି ଉପରେ ହନୁମାଙ୍କଡଟି ବସିଗଲା ପରେ ଗହନ ବନ ଭିତରକୁ ହାତୀ ଧୀରେଧୀରେ ଚାଲିଲା।କେତେ ପ୍ରକାରର ବଡ଼ବଡ଼ ଗଛ,କଳକଳ ହେଇ ବହିଯାଉଥିବା ଝରଣା,କିଚିରି ମିଚିରି ଶବ୍ଦ କରି ଉଡିଯାଉଥିବା ନାନା ରଙ୍ଗର ଚଢେଇଙ୍କୁ ଦେଖି ଦୁହିଁଙ୍କର ମନ ଖୁସି ହେଇଗଲା।
ବୁଲୁବୁଲୁ ମାଙ୍କଡ଼ କହିଲା "ହାତୀ ଭାଇ! କଥାଟିଏ ପଚାରିବି ଅଛି ଭାବିବନି?"
ହାତୀ କହିଲା "ନାଇଁ ସାଙ୍ଗ,ବନ୍ଧୁ କଥାରେ ଖରାପ ଭାବିବାର କଅଣ ଅଛି।"
ମାଙ୍କଡ଼ କହିଲା "ତୁମେ କେମିତି ଗୋଠଛଡା ହେଲେ ଭାଇ। ତୁମେମାନେତ ଦଳଦଳ ହେଇ ବୁଲୁଥାଅ।"
ହାତୀ କହିଲା _"କହନା ରେ ଭାଇ ,ସେଇ ଦି` ଗୋଡ଼ିଆ ମଣିଷ ପାଇଁ ମୁଁ ପରିବାର ଠାରୁ ଅଲଗା ହେଇଗଲି।ଆମେ ହାତୀଦଳ ବୁଲୁଥିଲୁ ।ଏଇ ସମୟରେ ଢୋ ଢୋ ହେଇ ଗୁଳି ଫୁଟିଲା।ଆମେ ଛିନ୍ ଛତ୍ର ହେଇ ଯିଏ ଯେଉଁଆଡେ ପାରିଲା ପଳେଇଲା। ସେଥିପାଇଁ ମୋର ଏ ଦଶା।
"ତୁମେ ବି କେମିତି ଏକୁଟିଆ ହେଲ। ତୁମେମାନେ ମଧ୍ୟ ଦଳଦଳ ହେଇ ବୁଲୁଥାଅ।"
ପଚାରିଲା ହାତୀ ।
କ୍ରମଶଃ

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion