ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମୋ ଗାଁ

ଲେଖା : ରାଜଶ୍ରୀ ନନ୍ଦ

କେତେ ଭଲଲାଗେ ମୋ ଗାଆଁଟି ସତେ
ନାହିଁ ତାର ପଟାନ୍ତର
ପ୍ରାକୃତିକ ଶୋଭା ପରିପୂର୍ଣ୍ଣ ଯହିଁ
କି ଉପମା ଦେବି ତାର l
ସୂର୍ଯ୍ୟ ଉଦୟରୁ ଅସ୍ତାଚଳ ଯାଏ
ହସୁଥାଏ ମୋ ଗାଆଁଟି ,
ଚଉଦିଗେ ଭରା ଶ୍ୟାମଳ କ୍ଷେତର
ବାସୁଥାଏ ମହକଟି l
ପକ୍ଷୀ ର କାକଳି ଗୋମାତାଙ୍କ ରଡି
ମିଶି ଯାଉଥିଲା ଯେବେ ,
କି ମଧୁର ଆହା ସେ ମିଶ୍ର ରାଗ ଟି
କହି ହେବନାହିଁ କେବେ l
ଗୋଧୂଳି ବେଳାରେ ପକ୍ଷୀଙ୍କ ବାହୁଡା
ତା ସହିତ ଧେନୁ ପଲ,
ଅସ୍ତାଚଳ ରବି ଡୁବି ଯାଉଥାନ୍ତି
ଦୃଶ୍ୟ ତା ଅମୁଲ ମୁଲ l
ବେଶି ମନେ ପଡେ ରଜ ଦୋଳି ଖେଳ
ଫଗୁ ଖେଳ ଫଗୁଣରେ
ହୋଲି, ଦଶହରା ,ଦିପାବଳୀ ଶୋଭା
ହୃଦରେ ଆନନ୍ଦ ଭରେ l
ବାରମାସେ ତେର ପରବ ଗାଆଁ ରେ
ଖୁସି ମନେ ଭରି ଥାଏ
ସେଇ ଭାଇଚାରା ମନୋଭାବ ଗୋଟି
ସହରେ ଦେଖା ନଥାଏ l
ଗାଁ ର ସ୍ନେହ ରେ ତାର ବନ୍ଧନକୁ
ଭୁଲି ପାଇବା କି କାହିଁ
ଯେତେ ଖୁସି ମନେ .ବାହାରେ ବୁଲିଲେ
ସେ ଖୁସି ପାଇବା ନାହିଁ l
ମୋ ଗାଆଁ ମୋ ପାଇଁ ଅମୃତ ସମାନ
କେତେ ସୁମଧୁର ସତେ
ତାହାର ଆଶିଷେ ସମାଜେ ଆମେରେ
କେତେ ଭାଗ୍ୟବାନ ସତେ l


ଭୁବନେଶ୍ବର

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion