ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆମ୍ବ

ଲେଖା : ସୁଜିତ କୁମାର ମିଶ୍ର

ଫଳ ଭିତରେ ରଜା ବୋଲାଏ
ଆମ୍ବଟି ଜଗତରେ,
ଚେହେରା ତାର କେତେ ସୁନ୍ଦର
ଗୁଣରେ ମନ ହରେ ।

ଗେହ୍ଲେଇ ଝିଅ ପରି ସେ ଝୁଲେ
ଗଛର ଡାଳେ ବସି,
ପବନ ହେଲେ ଗୀତ ବୋଲଇ
ମନଖୋଲି ସେ ହସି ।

ଜଣାଏ ସିଏ ଆସିଛି ବୋଲି
ମରତେ ମଧୁକାଳ,
କୋଇଲି ପୁଣି ଦେଖା ଦିଅଇ
ଡେଇଁ ଡାଳକୁ ଡାଳ ।

ଆମ୍ବରୁ ହୁଏ ଆମ୍ବସଢା ଓ
ଆଚାର ଜାତି ଜାତି,
ଘରେଘରେ ସେ ସଭିଙ୍କ ତେଣୁ
ଆଦର ଭରା ସାଥୀ ।

ଭିତରେ ତାର ଅଛି ଟାକୁଆ
କୋଇଲି ଲୁଚିକରି,
ଶାଗୁଆ ନାଲି ହଳଦିଆରେ
ଦିଶେ ସେ ଅପସରୀ ।

ଆମ୍ବରେ ଅଛି ଜାଣ ପିଲାଏ
ବିଶେଷ ଜୀବସାର,
ବଢାଏ ସିଏ ପ୍ରତିରୋଧକ
ଶକତି ନିରନ୍ତର ।

ପାଚିଲା ବେଳେ ଭାରି ସେ ମିଠା
କଞ୍ଚାରେ ଟିକେ ଖଟା,
ତା ପରି ନିତି ଖଟା ମିଠାରେ
ସଂସାର ଭାଗବଣ୍ଟା ।


ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion