ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ତୁମେ ଅଛ ବୋଲି

ଲେଖା : ଅନ୍ତର୍ଯ୍ୟାମୀ ବେଜ

ତୁମେ ଅଛ ବୋଲି ସରଗ ସମାନ
ଦିଶୁଅଛି ଏହି ମହୀ,
ସୁନୀଳ ଆକାଶ ରୂପେଲି ଜହ୍ନଟା
ଖିଲି ଖିଲି ହସେ ଯହିଁ.
ବନ ଉପବନେ ନାନା ଜାତି ଫୁଲ
କେଡେ ଶୋଭା ପାଉଥାଇ,
ଅସ୍ତାଚଳ ସୂର୍ଯ୍ୟ ଲୋହିତ କିରଣ
ଯାହାର ଉପମା ନାହିଁ.
ଫୁଲରେ ସୁଗନ୍ଧ ଭରିଛ ଅପାର
ତନୁ ମନ ଯାଏ ଛୁଇଁ,
ପ୍ରକୃତି କୋଳକୁ କରିଛ ସୁନ୍ଦର
ଜଗତ କଲ୍ୟାଣ ପାଇଁ.
ସାଗର ବୁକୁରେ ଶାମୁକା ଭିତରେ
ମୋତି ଲୁଚିଥାଏ ରହି,
ସୁମନ ମଧ୍ୟରେ ମଧୁର ସନ୍ଧାନ
ମଧୁପ ବସଇଁ ଯାଇଁ.
ସୁନ୍ଦର ସୃଷ୍ଟିର ଅପୂର୍ଵ ଏ ଲୀଳା
ନିର୍ଦ୍ଦେଶକ ସାଜି ବିହି,
କିପରି ବର୍ଣ୍ଣିବି ମହିମା ଠାକୁରେ
ପାଖେ ଭାଷା ମୋର ନାହିଁ.
ଅଳିକ ଅସାର ଲାଗଇ ସଂସାର
ତୁମ ହାତ ଗଢ଼ା ଏହି,
ଅମୃତ ପଥର ଯାତ୍ରୀଟିଏ ମୁହିଁ
ହୃଦେ ମୋର ଥାଅ ରହି.
କରୁଣା ସାଗର ପରାଣ ମୋହର
ନିଅ ତଵ ସ୍ରୋତେ ବାହି,
ତୁମ ବିନା ମୋର ଜୀବନ ଅନ୍ଧାର
ଏଇ ଅଛି ଏଇ ନାହିଁ.

ପଟ୍ଟାମୁଣ୍ଡାଇ
କେନ୍ଦ୍ରାପଡ଼ା
9938661010

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion