ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମାଟିର ମଣି

ଲେଖା : ପ୍ରଭାସିନୀ ବରାଡ଼

ପିଲାମାନଙ୍କ ପାଖରେ ବସି କହିଲେ ଅଜା ହସି
ଜାଣିଛ ଯଦି ପ୍ରଶ୍ନ ଗୋଟିଏ ଉତ୍ତର ଦିଅ ମିଶି ।
ଅଜାଙ୍କ କଥା ଶୁଣି ପିଲାଏକହିଲେ କେଉଁ କଥା
ପଚାରି ଦେଖ ଭାବି କହିବୁ ଖଟାଇ ନିଜ ମଥା ।
ଜ୍ୟୋତିର୍ବିଜ୍ଞାନୀ ଜ୍ଞାନରେ ଗୁଣୀବିଶ୍ୱରେ ତାଙ୍କ ନାଁ
ପଡେ ଚହଳ କେଉଁ ଜିଲ୍ଳାରକେଉଁଠି ତାଙ୍କ ଗାଁ ।
ମରି ଅମର କେଉଁଥି ପାଇଁ ନାମଟି ସଦା ପଡେ
କିଏ ଜାଣିଛ ଭାବି ଚିନ୍ତିକିଉତ୍ତର ଦିଅ ଥରେ ।
ଭାରତ ଦେଶେ ଓଡ୍ର ପ୍ରଦେଶେ ଜିଲ୍ଳାଟି ନୟାଗଡ଼
ରତନଟିଏ ଜନମିଥିଲେଖଣ୍ଡପଡ଼ା ଗଡ଼ ।
ଶ୍ୟାମବନ୍ଧୁ ସିଂ ରାଜା ପିତାଜୀ ବିଷ୍ଣୁମାଳି ମା`
ସାରା ବିଶ୍ୱରେ ପଡେ ଚହଳପଠାଣିସାମନ୍ତ ନାଁ ।
ମାଟିରେ ଥାଇ ମହାଆକାଶଗ୍ରହ ନକ୍ଷତ୍ର ଗତି
ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣଜାଣନ୍ତି ସବୁ ଵିଧି ।
ଗଣନା କରି କହିଦିଅନ୍ତିଦୂର ପର୍ବତ ମାପ
ଗ୍ରହ ନକ୍ଷତ୍ର ସ୍ଥିତି ଚଳନ କେଉଁଠି କାହା ଛାପ ।
ସିଦ୍ଧାନ୍ତ ଦର୍ପଣ କୃତି ଅମର ପଞ୍ଜିକା ଗଢି ଦେଇ
ମରି ଅମର ସାରା ବିଶ୍ୱରେ ସ୍ମୃତି ସେ ଗଲେ ହୋଇ ।
ବାଉଁଶନଳୀ କାଠି ଦୁଇରେକିମିଆଁ କେତେ କଲେ
ଗଣିତ ଜ୍ୟୋତିଷ ଜ୍ଞାନ ଶାସ୍ତ୍ରେମହାମହୋପାଧ୍ୟାୟ ହେଲେ ।
ମୋଠାରୁ ତୁମେ ଅଧିକ ଜାଣକହିଲ କେତେ କଥା
ଏମିତି ଯଦି ଜାଣିବ ସବୁଉଚ୍ଚ ହୋଇବ ମଥା ।
ଓଡିଶା ମାଟି ଯୋଗ୍ୟ ସନ୍ତାନଅମୂଲ୍ୟ ଧନ ଦେଇ
ସ୍ବର୍ଣ୍ଣାକ୍ଷରରେ ନାଁ ରଖିଲେଚିର ଯାଜ୍ଜଲ୍ୟ ହୋଇ ।
ପିଲାଏ ତୁମେ ଦେଶ ଭବିଷ୍ୟଟିକି କଅଁଳ କଢ଼ି
ବିକଶି ଯିବ ସୁରଭି ଛାଡିଆଗକୁ ବଢ଼ି ବଢ଼ି ।
ପଢିକି ବଢ ଆହୁରି ଜାଣଦେଶ ଜାତିର କଥା
ବୀର ଓ ବରମାଟିମଣିଙ୍କପାଦେ ରଖିଣ ମଥା ।


ନୟାଗଡ଼

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion