ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଲାଗେନି କେମିତି ସରମ

ଲେଖା : ହରିହର ଶୁକ୍ଳ

ବରଫକୁ ଚାହିଁ ଚକିତରେ ଦିନେ
ପଚାରିଲା ମାଟି ଉହ୍ମେଇ,
ସବୁବେଳେ ତୁହି ଶୀତଳ ରହୁଛୁ
କେମିତି କହିଲୁ ଜମେଇ?

 

କଥା ଶୁଣି ତା`ର ବରଫ କହିଲା
ଉହ୍ମେଇ ଆଡ଼କୁ ଚାହିଁକି,
ଅତୀତ ମୋ ପାଣି,ଭବିଷ୍ୟତ ପାଣି
ଗରମ ହେବି ମୁଁ କାହିଁକି?

ଟିକେ ରହି ସିଏ କହିଲା ଏଥର
ମତି ମୋ ହୋଇନି ଭରମ,
ମିଛରେ ଆପଣା ବଡ଼େଇ ଦେଖାଇ
ଅଯଥାରେ ହେବି ଗରମ।

ଦି` ଦିନିଆ ଏଇ ଦୁନିଆରେ ବିହି
ଜନମ ଦେଇଛି ଆମକୁ,
ହରଷ ବିତରି,ଭଲ କାମ କରି
ରଖିଯିବା ସିନା ନାମକୁ!

ସହଜରେ ଏବେ ଉହ୍ମେଇ ବୁଝିଲା
ବରଫ କଥାର ମରମ,
ଭାବିଲା, ଥୋକାଏ ବଡ଼େଇ କରନ୍ତି
ଲାଗେନି କେମିତି ସରମ?

ଫୋ: ୯୮୬୮୮୦୫୯୯୬

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

01-06-2026 / 16:27:27

ସୁନ୍ଦର ସନ୍ଦେଶ ଥିବା କବିତା।ଶବ୍ଦ ସଙ୍ଯୋଜନା ଚମତ୍କାର।

ଡ. ବିଜୟା ପାତ୍ର

01-06-2026 / 09:10:27

ଭଲ ଲାଗିଲା। ସୁନ୍ଦର ଶବ୍ଦ ସଂଯୋଜନା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion