ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନଉକା ମୁହିଁ

ଲେଖା : ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ

ନଉକା ମୁହିଁ ପାଣିରେ ଭାସେ
ଟାଣୁଆ କ।ଠେ ତିଆରି,
ନଦୀ ହ୍ରଦରେ ବୋହି ଜିନିଷ
ମଣିଷକୁ କରେ ପାରି ।
ମଝି ଅଂଶଟା ଓସାରିଆ ଯେ
ଶେଷ ଅଣଓସାରିଆ,
ଚଳାଇବା ଲୋକଟି ପର।
ନାମ ବହି "ନାଉରିଆ"।
ପୂରୁବ କାଳେ ମୋ ଦେହେ ବସି
ଦୂର ଦେଶକୁ ପାରି,
ଜାଭା ,ସୁମାତ୍ରା, ବୋର୍ଣ୍ଣିଓ କେତେ
ଦ୍ଵୀପେ ବାଣିଜ୍ୟ ସାରି ।
ଆଜି କାଲିକା ବିଜ୍ଞାନ ଯୁଗେ
ମଣିଷ ଯନ୍ତ୍ର ସାଜି,
ବୋଟ୍,ଜାହାଜ,ମୋଟର ଲଞ୍ଚ,
ଘଡିକେ ଘୋଡ଼ା ଛୁଟି।
ହଜାର ହଜାର ମାଇଲ ଯାତ୍ରା
କରୁଛୁ ନିମିଷକେ,
ହେଲେ ବି ମୋତେ ଭାରି ଆଦର
ମଣିଷ ନଜର ରଖେ ।
ଛୋଟ ହେଲେ ବି ସବୁଦିନିଆଁ
କର୍ତ୍ତବ୍ୟ କରି ଚାଲ,
ନଉକା ପରି ବସୁଧା ସହି
ସହିବା ଗୁଣ ଭଲ ।

ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷାଧିକାରୀ, ପୁରୀ ସଦର ବ୍ଲକ୍, ପୁରୀ, କୋଣାର୍କ ।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion