ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆମ ଗାଁ ଖରା

ଲେଖା : ଉମାକାନ୍ତ ବେହେରା

ଆମ ଗାଁ ଖରା ଦେଖାଏ ନଖରା
ରାତି ପାହୁ ପାହୁ ଆସୁଛି
ଦିନ ସାରା ଏଠି ଖେଳା ବୁଲାକରି
ସଞ୍ଜ ନ ହେଉଣୁ ଯାଉଛି l

ଗାଁ ରେ ତ ଆଉ ଚାଳଘର ନାହିଁ
ନାହିଁ ଆଟୁ ନାହିଁ ଢାଗୁଆ
ପାଚେରୀ ଉପରେ ମାଡିବା ପାଇଁକି
ଅପରାଜିତା କୁ ଅଡୁଆ l

ଧୂଳି ଦାଣ୍ଡ ନାହିଁ କୁଞ୍ଚ କୁଞ୍ଚିକିଆ
ଖେଳି ବାକୁ ଆଉ ମିଳେନା
ଆବଡା ଖାବଡା କଂକିରିଟି ବାଟ
ପାଦକୁ ଦିଅଇ ଯାତନା l

ଦୂରରୁ ଦେଖିଲେ ବଗିଚା ପରିକା
ଦିଶୁଥିଲା ମୋ ଗାଆଁଟି
ଗଛ ବୃଛ ନାହିଁ ସେଇ ଗାଁ ଆଜି
ଲାଗୁଅଛି ଖାଆଁ ଖାଆଁ ଟି l

ଗାଁ ମୁଣ୍ଡେ ଥିଲା କଇଁ ପୋଖରୀଟା
କାତ ପାଏନାହିଁ ପାଣିକୁ
ପୋତା ପୋଖରୀକୁ କିଏ କାହିଁ ଯିବ
ଅଧାପାଣି ଅଧା ପଂକକୁ l

ଗାଆଁ ପରିବେଶ ଭାରି ସୁହାଉଛି
ବାଇଶାଖ ତାତି ମାତୁଛି,
ଟାଇଁ ଟାଇଁ ଖରା ଝାଇଁ ମାରିଦିଏ
ବାହାରେ କି ନିଆଁ ଜଳୁଛି l

ଚାଲ ଗାଆଁ ପିଲା ଏକାଠି ହୋଇବା
ପରିବେଶ ଦେବା ସଜାଡି,
ପରିବେଶ ଯଦି ବିଗିଡି ଯିବରେ
ଆମେ ସବୁ ଯିବା ଉଜୁଡି l

ସ୍ବପ୍ନସ୍ମୃତି, ଶ୍ରୀହରି ବିହାର, ଗହ୍ମାରିଆ
କେନ୍ଦୁଝରଗଡ଼
୯୩୪୮୫୧୬୦୦୧

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

05-06-2026 / 11:56:22

ସୁନ୍ଦର ହେଇଛି ଖରା ପାଇଁ କବିତା।

ଲକ୍ଷ୍ମୀ ପ୍ରିୟା ଦାଶ

02-06-2026 / 13:18:13

ଖୁବ୍ ସୁନ୍ଦର ହୋଇଚି, ଗାଁ ର ଖରା ଅନୁଭୂତି ସହିତ ପରିବେଶ ର ବର୍ଣ୍ଣନା ଚମତ୍କାର। ଧନ୍ୟବାଦ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion