ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସବୁ ତ ପ୍ରକୃତି ଦାନ

ଲେଖା : ତୁଳସୀ ସ୍ବାଇଁ

ଥାକୁଲ ଥାକୁଲ ଚାଲିଟି ତାହାର
ଗାବୁଲା ଗାବୁଲା ଅଙ୍ଗ
ନାଆଁ ତାର କିଏ ଜାଣିଛ କି ପିଲେ
ବତକ ପରା ବିହଙ୍ଗ।
ଡଉଲ ଡାଉଲ ଦେଖିବାକୁ ସିଏ
ଭାରି ବୋକା ଅଳସୁଆ
ଚାଲାକ୍ ଚତୁର ଗୁଣ ନଥିବାରୁ
ଧରାରୁ ଲିଭିଲା ନାଁ।
ମରିସସ ଦ୍ଵୀପେ ଜନମ ମରଣ
କାଲଭାରିଆ ଫଳ ସାକ୍ଷୀ
ଗୁମୁରି ଗୁମୁରି କାନ୍ଦି କହୁଅଛି
ସାଖି ଥିଲା ନିରିମାଖି।
ସର୍ବ ଭକ୍ଷୀ ନର କରିଛି ନିଧନ
ବୁଡାଇଛି ତାର କୁଳ
ଫେରିବା ବାଟକୁ ଦ୍ଵୀପ ଅଛି ଚାହିଁ
ଆକୁଳ ହୁଅଇ ଫଳ।
ଜେନେଟିକ ଇଞ୍ଜିନିୟରିଂ ବଳରେ
ଫେରି ଡାୟାର ଗଧିଆ
ତାଜୁବ କରିଛି ଅବାକ୍ ଜନତା
ଡୋଡୋ କରିବ କିମିଆ।
ଆସିବ ସୁଦିନ ଘୁଞ୍ଚିବ ଦୁର୍ଦ୍ଦିନ
ଜନ ହେବେ ସଚେତନ
ସମ ଅଧିକାର ବୁଝିବେ ସଭିଏଁ
ସବୁ ତ ପ୍ରକୃତି ଦାନ।
ଜୀବେ ଦୟା ବହି ଚଳାଇଲେ ମହୀ
ବହିବ ଅମୃତ ଧାର
ଶାନ୍ତି ଦୟା କ୍ଷମା ମଳୟ ବହିଲେ
ଧରା ହେବ ସ୍ବର୍ଗ ପୁର।


ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

01-06-2026 / 16:15:41

ସୁନ୍ଦର ସଚେତନତା ଧର୍ମୀ ବିଜ୍ଞାନ ଭିତ୍ତିକ କବିତାଟିଏ। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion