ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଜଳ ହିଁ ଜୀବନ

ଲେଖା : ଦୀନବନ୍ଧୁ ପୋଇ

ଜଳ ହିଁ ଜୀବନ ମୃତ୍ୟୁର କାରଣ
ତା ବିନା କିଏ ବା ବଞ୍ଚିବ
ଭୂଗର୍ଭରେ ଅଛି ବୃକ୍ଷଟି ଜାଣିଛି
ଶୋଷିଲେ ତା ଦୁଃଖ ଘୁଞ୍ଚିବ ॥
ଶୋଷିକି ଧରାରୁ ଟାଣିକି ପୃଷ୍ଠରୁ
ଛାଡି ଦିଏ କିଛି ଆକାଶ
ଘନୀଭୁତ ହୋଇ ଆକାଶୁ ବର୍ଷଇ
ତା ପାଇଁ ହୁଅଇ ବିକାଶ ॥
ବୃକ୍ଷଟି କରଇ ଉପକାର ସିନା
ବୁଝି ପାରୁନି ଏ ମଣିଷ
ବାୟୁ ଅମ୍ଳଜାନ ପୁଣି ଜଳଦାନ
କରୁଥାଏ ସାରା ବରଷ ॥
ରୋଗ କରେ ଦୂର ଖୁସି ହୁଏ ନର
ପରିଷ୍କାର କରେ ଶରୀର
ସ୍ନାନ ଶୌଚ଼ ପାଇଁ ଅତି ଦରକାରୀ
ନିଇତି ହୁଅଇ ଆମର I
ଜଳଗ୍ରହ ଆମ ପୃଥିବୀ ଅଟଇ
ତାପାଇଁ ଏ ଜୀବ ଜଗତ
ଜଳ ଅପଚ଼ୟ ନ କରିବା ପାଇଁ
କରିବା ସଭିଏଁ ଶପଥ ।

ଗୋରଡ଼ା ପାଳ , କରମୁଳ, ମହିମାଗାଦି
ଢେଙ୍କାନାଳ , ଦୂରଭାଷ - ୯୯୩୮୮୦୨୪୧୨ 

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion