ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଖରା ପାଇଁ ଭଲ ପଖାଳ

ଲେଖା : ବସିରନ୍ ବିବି

ଝାଞ୍ଜି ପବନ ଟା ବୋହୁଛି
ଦେହ ମୁଁହ ତାତି ଯାଉଛି
କେଡେ ଖରଟା ମ ,ପଦାକୁ ଯାଅନା
ଆଇ ମୋ ଅଜାଙ୍କୁ କହୁଛି।୧।
ଅଜା କହିଲେ ଗୋ! ଡରନା
ପାଣି ବୋତଲ ଟା ଆଣ ନା
ମୁଣ୍ଡେ ଛତା ,ପାଦେ ଯୋତା ଥାଏ ଯେବେ
ଖରା ତାତି ଜମା ବାଧେନା।୨।
ଖରା ଛୁଟି ଏବେ ହେଇଚି
ନାତିଆ ଟା ଆମ ଆସିଛି
ମଟନ୍ ଟିକିଏ ନେଇ ନ ଆସିଲେ
ଖାଇବା ଜମିବ କେମିତି?।୩।
ଆଈ କହେ,ହେଲ ପାଗଳ
ଗମ ଗମ ବହୁଛି ଝାଳ
ଏଡେ ଖରାଟା ରେ, ମାଉଁସ ମସଲା
ଦେହ ପାଇଁ ନୁହଁଇ ଭଲ।୪।
ସଜାଡିଛି,ଦହି ପଖାଳ
ଖାଇବ ନାତିଆ ଆମର
ମାଛ ଭଜା, ଶାଗ ଭଜା ,ବଡ଼ିଚୁରା,
ତା` ସାଙ୍ଗରେ ଆମ୍ବ, ମିକ୍ସଚର।୫।
ସିଝା ଆଳୁ ,ଟିକି ପିଆଜ
ପାଟିକୁ ଲାଗିବ ସୁଆଦ
କଞ୍ଚା ଲଙ୍କା ଦେଇ ପାଗ କରିଦେବି
ଜମିବ ପଖାଳ ମଉଜ ।୬।
ଆଈ ହାତ,ଶାଗ ପଖାଳ
ମାଛ ଭଜା ପୁଣି ମିକ୍ଚର
ଖରା ପାଇଁ ପରା ପଖାଳ ଭଅଲ
ଖାଇ ଦେବା ଚାଲ ସଅଳ ।

ନୟାଗଡ଼

ଲେଖା ସମ୍ପର୍କୀୟ ମତାମତ

ଲକ୍ଷ୍ମୀକାନ୍ତ ଦଳେଇ

01-06-2026 / 22:57:41

ଭଲ ଲାଗିଲା ଆପଣଙ୍କ ଲେଖା। ଶୁଭେଚ୍ଛା।

Haripriya Pattnaik

01-06-2026 / 16:20:51

ବହୁତ ସୁନ୍ଦର କବିତା।ଗରମରେ ମଜା କବିତା।

ଡ. ବିଜୟା ପାତ୍ର

01-06-2026 / 09:08:14

ଭଲ ହେଇଛି, ସମଯୋପଯୋଗୀ ଲେଖାଟିଏ। ଧନ୍ଯବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion