ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜୁନ :୨୦୨୬ , ତୃତୀୟ ବର୍ଷ : ଷଷ୍ଠ ସଂଖ୍ୟାରେ ପ୍ରକାଶିତ )

centered image
 
ଗପ

ନୂତନର ଅକଲ

ଲେଖା : ରତ୍ନାକର ଦାସ

ନିଶିକାନ୍ତ ସାର୍ ଓ ତାଙ୍କ ପରିବାର ପାଖ ବଜାରକୁ ଯାଇଥିଲେ କିଛି ଘରୋଇ ଆସବାବ ଜିନିଷ କିଣିବା ପାଇଁ। ଜିନିଷ କିଣିସାରି ସେମାନେ ଜଳଖିଆ ଖାଇବାକୁ ଭଲ ଦୋକାନକୁ ଗଲେ।ସମସ୍ତେ ନିଜର ପସନ୍ଦ ଅନୁସାରେ ଜଳଖିଆ ବରାଦ କରି ଖାଇଲେ।
ତାଙ୍କ ସାନପୁଅ ନୂତନ ମ୍ୟାଗି ଖାଉଥିବା ବେଳେ ତା`ରି ବୟସର ପିଲାଟିଏ ଖାଇବା ଟେବୁଲ ପାଖକୁ ଆସି ଖାଇବାକୁ ହାତ ଠାରି ମାଗିଲା।ଦୋକାନ ମାଲିକ ସେ ପିଲାଟିକୁ ଧମକ ଦେଇ ବାହାରକୁ ଯିବା ପାଇଁ କହିବାରୁ ନୂତନ ଖାଇବା ଛାଡି ଉଠିଗଲା ଏବଂ ପିଲାଟିକୁ ଅପେକ୍ଷା କରିବାକୁ କହିଲା।ସେତେବେଳକୁ ମାଆ, ନୂତନ ଅଧା ଖାଇଥିବା ପ୍ଲେଟକୁ ଧରିଲେଣି ସେ ଭୋକିଲା ପିଲାଟିକୁ ଦେବା ପାଇଁ। ନୂତନ ବାରଣ କରିବାରୁ ମା` କହିଲେ ସେ ଭିକାରୀ ପିଲାଟାର `ଦୃଷ୍ଟି` ତୋ ଖାଇବା ପ୍ଲେଟ ରେ ପଡିଛି,ସେଇଟା ତାକୁ ଦେଇଦେବା।
ନୂତନ କହିଲା ମା` ! "ଭିକାରୀ ହେଲେ ବି ଅଇଁଠା ଖାଦ୍ୟ ତାକୁ ଦେବା ଉଚିତ ନୁହେଁ।ଆଉ ଗୋଟିଏ ମ୍ଯାଗି ପ୍ଲେଟ ଦେବା ପାଇଁ ଦୋକାନୀକୁ ବରାଦ ଦିଅ।"
ନୂତନ ମୁହଁରୁ ଏମିତି ଅକଲର କଥା ଶୁଣି କେବଳ ତା`ର ମାଆ ନୁହେଁ,ଦୋକାନରେ ଖାଉଥିବା ଅନ୍ଯ ସବୁ ଲୋକ ତାକୁ ଚାହିଁ ରହିଥିଲେ କିଛି ଗୋଟେ ନୂଆ ଜିନିଷ ଦେଖିଲା ଭଳି।
ନୂତନ ସେତେବେଳକୁ ଦୋକାନୀଙ୍କ ପାଖରୁ ମ୍ଯାଗି ପ୍ଲେଟ ନେଇ ପିଲାଟି ହାତକୁ ବଢାଇ ଦେଇଥିଲା ।ପିଲାଟାର ମୁହଁରେ ଯେତିକି ହସ ଖେଳି ଯାଉଥିଲା ତା ଠାରୁ ଅଧିକ ଖୁସି ଅନୁଭବ କରୁଥିଲା ତା`ରି ବୟସର ପିଲା ନୂତନ।

ସଭାପତି
ଉତ୍କଳମଣି ଶିଶୁ ସାହିତ୍ଯ ସମିତି
ଶଂଖୋ,କେନ୍ଦୁଝର ।

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

01-06-2026 / 19:38:45

ଲେଖାଟି ସୁନ୍ଦର ଓ ଶିକ୍ଷଣୀୟ। ଧନ୍ୟବାଦ।

basiran bibi

01-06-2026 / 15:54:03

ଗଳ୍ପଟି କ୍ଷୁଦ୍ର ତଥା ଶିକ୍ଷଣୀୟ। ପିଲାଙ୍କୁ ସମ୍ବେଦନଶୀଳ କରିବ ନିଶ୍ଚୟ

Kailash chandra Behera

01-06-2026 / 09:50:25

ଲେଖାଟି ଶିଶୁ ମାନଙ୍କ ପାଇଁ ବେସ ଶିକ୍ଷଣୀୟ ହୋଇଛି l ଲେଖକଙ୍କୁ ଅଜସ୍ର ଧନ୍ୟବାଦ l

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion