ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ :୨୦୨୪ , ପ୍ରଥମ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ନୂଆସାଲ

ଲେଖା : ଦୀନବନ୍ଧୁ ପୋଇ

ତେଇଶି ଗଲା ଚବିଶ ହେଲା
ହୋଇଲା ନୂଆ ସାଲ
ଯାଇଛି ଯାହା ନ ଭାବି ତାହା
ଆଗକୁ ବଢି ଚାଲ ।
ଋତୁ ସରିଲାଋତୁ ଆସିଲା
ପ୍ରକୃତିର ଏ ଧାରା
ହେଉ କାମନା ଓଡ଼ିଶା ସାରା
ରଖିବା ଭାଇ ଚାରା ।
ନୂଆ ଯୋଜନା ଦେଖୁ ପଡିଶା
ପ୍ରଗତି ଆମ ହେଉ
ପାଠ ପଢିବା ଜ୍ଞାନ ଶିଖିବା
ମୁରୁଖ ଦୋଷ ଯାଉ ।
ଓଡ଼ିଶା ମାଟି ଉଠିବ ଫୁଟି
ଜ୍ଞାନର ଯେତେ ଫୁଲ
ଜ୍ଞାନ ବିଜ୍ଞାନେ ଉତ୍କଳ ଜନେ
ବିଛାଇ ଦେବା ଜାଲ ।
ଆକାଶେ ଉଡି ପାଣିରେ ବୁଡି
ଜଗିବା ସୀମା ରେଖା
ଡାକୋଟା ଭଳି ବାହାନ ଚଢି
ଶତ୍ରୁକୁ ଦେବା ଶିକ୍ଷା ।
ହେଉ ଭାବନା ନୂଆ ସର୍ଜନା
ପ୍ରଗତି ପାଇଁ ଦେଶ
ରଖିବା ନାହିଁ ପଡ଼ିଆ ଭୂଇଁ
କରିବା ସବୁ ଚାଷ ।
ବଡ ମଣିଷ ବଡ ସପନ
ତାଙ୍କର ଯେତେ ଥିଲା
ତାକୁ ପୂରଣ କରିବା ପାଇଁ
ଶପଥ ନେବା ଭଲା ।
ଅତୀତ କଳା କାରିଗରକୁ
ନେବା ଆଗେଇ ଆଉ
ଭାସ୍କର୍ଯ୍ୟ କଳା ଓ ଟେରା କଟା
ଦିଶିବ ଦାଉ ଦାଉ ।
ବାଳ ଶ୍ରମିକ ଦାରିଦ୍ର ହାର
କରିବା ଦେଶୁ ଦୂର
ଗାନ୍ଧୀଙ୍କ ସେହି ଅହିଂସା ନୀତି
ସତ୍ୟ ପଥକୁ ଧର ।

ଲେଖା ସମ୍ପର୍କୀୟ ମତାମତ

Sulekha Samantaray

01-03-2024 / 22:41:59

ନୂଆବର୍ଷରେ ନୂଆ ପ୍ରତିଜ୍ଞା ସହ ଜୀବନରେ ଅଗ୍ରସର ହେବା ପାଇଁ ଏ କବିତା ଶିଶୁ-କିଶୋରଙ୍କ ଲାଗି ପ୍ରେରଣା ଯୋଗାଇବ।

Niranjan Pati

01-03-2024 / 18:30:26

ସୁନ୍ଦର ଭାବ ବ୍ୟଞ୍ଜକ ଶିଶୁ କିଶୋର କବିତା। ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ। ଜୟ ଗୁରୁ। ଜୟ ଜଗନ୍ନାଥ।

ରାଧାମାଧବ ରଥ। ବାଙ୍ଗାଲୋର, କର୍ଣ୍ଣାଟକ ।

01-03-2024 / 16:43:08

କବିତାଟି ପିଲାମାନଙ୍କ ପାଇଁ ମନଛୁଆଁ ହୋଇ ପାରିଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion