ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ :୨୦୨୪ , ପ୍ରଥମ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ସେଇ ବାଳକଟି

ଲେଖା : ରାଧାମାଧବ ରଥ

ସନ୍ଧ୍ଯା ବେଳ।
ରାସ୍ତା କଡରେ ବିପଣୀ ବସିଥାଏ। କୌଣସି ଏକ ଭଦ୍ର ବ୍ଯକ୍ତି ନିଜ କାରରୁ ଓହ୍ଲାଇ ବିପଣୀରେ କିଛି ସଉଦା ଆଣିବାକୁ ଗଲେ। କିଛି ଦୂରରେ ଗରିବ ବାଳକଟିଏ ଛିଣ୍ଡା ପୋଷାକ ପିନ୍ଧି ତାଙ୍କଠାରୁ କିଛି ସାହାଯ୍ଯ ପାଇବା ଆଶାରେ ବିକଳ ନୟନରେ ଅନେଇ ରହିଥାଏ ମାତ୍ର ସାହସ କରି ମାଗି ପାରୁ ନ ଥାଏ। କିଛି ସାହାଯ୍ଯ ପାଇଲେ,ଘରେଥିବା ଶଯ୍ଯାଶାୟୀ ବାପାମାଆଙ୍କ ସେବା କରିବ।
ଏହି ସମୟରେ ସଉଦା କରୁ କରୁ ଭଦ୍ର ବ୍ଯକ୍ତିଙ୍କ ପକେଟରୁ ଅଜାଣତରେ ମନିପର୍ସଟି ଗଳି ପଡିଲା। ସେଥିରେ କିଛି ଟଙ୍କାବି ଥିଲା। ପିଲାଟିର ସଚ୍ଚୋଟପଣିଆ ହେତୁ ମନିପର୍ସଟି ତଳୁ ଉଠାଇ ଆଣିଲା ଓ ଭଦ୍ର ବ୍ଯକ୍ତି ଜଣକ କାରକୁ ଉଠିଲା ବେଳକୁ ସେଇ ଗରିବ ମଳିମୁଣ୍ଡିଆ ବାଳକଟି ତାଙ୍କ ହାତକୁ ମନିପର୍ସଟି ବଢାଇ ଦେଇ କହିଲା, ବାବୁ!ଆପଣଙ୍କ ମନିପର୍ସଟି ଗଳି ପଡିଥିଲା। ନିଅନ୍ତୁ। ସାବଧାନରେ ରଖିବେ। ନ ହେଲେ କିଏ ନେଇ ଯିବ।
ପିଲାଟିର ସଚ୍ଚୋଟପଣିଆ ଦେଖି ଭଦ୍ର ବ୍ଯକ୍ତିଜଣକ ଅତ୍ୟନ୍ତ ଖୁସି ହେଲେ।ଆଶୀର୍ବାଦବି ଦେଲେ।ମନିପର୍ସରୁ କିଛି ଟଙ୍କା କାଢି କହିଲେ,ପୁଅରେ ! ଏହି ଟଙ୍କା ନେଇ,ଟଙ୍କାରେ ବାପାମାଆଙ୍କ ସେବା କରିବୁ।କେବଳ ସେତିକି ନୁହେଁ,ସଉଦା କରିଥିବା ବ୍ଯାଗଟି ମଧ୍ଯ ତା ହାତକୁ ବଢାଇ ଦେଇ ସେଠାରୁ ଚାଲିଗଲେ।
ପିଲାଟି ଶାନ୍ତ ଚିତ୍ତରେ ଚାହିଁ ରହିଥିଲା ତାଙ୍କ ଗନ୍ତବ୍ଯ ପଥକୁ। ତାର ସଚ୍ଚୋଟତା ହେତୁ ସେ ଭଗବାନଙ୍କ ଠାରୁ ସେତକ ପୁରସ୍କାର ପାଇଲା।

ଭର୍ତ୍ତୁର,ବାଙ୍ଗାଲୋର, କର୍ଣ୍ଣାଟକ।

ଲେଖା ସମ୍ପର୍କୀୟ ମତାମତ

ଲଷ୍ମୀକାନ୍ତ ଖୁଣ୍ଟିଆ

01-03-2024 / 18:56:05

ଏବେ ସମୟ ଆସିଛି, ଆମ ପିଲାମାନେ ମିନିଗପ ପଢିବେ. ବହୁତ ଭଲ ଲାଗିଲା

କବିଜ୍ୟୋତି ନିରଞ୍ଜନ ପତି

01-03-2024 / 18:38:03

ଭଲ ଶିଶୁ କିଶୋର ଗପ। ପିଲାଙ୍କ ମନକୁ ଛୁଇଁଲା ଭଳି,,,, ବାର୍ତ୍ତା ମଧ୍ୟ ଅଛି। ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି। ଜୟ ଜଗନ୍ନାଥ।

Radhamadhab Rath.

01-03-2024 / 16:21:48

ଲେଖାଟି ପ୍ରକାଶ ପାଇଥିବା ହେତୁ ସଂପାଦକ ମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଉଛି। ଏହା ଶିଶୁ-କିଶୋର ସାହିତ୍ୟର ଉନ୍ନତି ପାଇଁ ଏକ ନୂତନ ପଦକ୍ଷେପ ଓ ସ୍ବାଗତ ଯୋଗ୍ଯ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion