ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ରିମ୍ ଝିମ୍ ଗୀତଗାଇ

ଲେଖା : ପ୍ରଶାନ୍ତ କୁମାର ଦାଶ

ରିମ୍ ଝିମ୍ ଗୀତଗାଇ
ଖସିପଡେ ବରଷା
ଚାଷପାଇଁ ଚାଷୀଭାଇ
ପାଇଯାଏ ଭରସା ||

କଅଁଳଇ ଗଛଡାଳେ
ଶୁଖିଥିବା ପତର
ଦୂରେ ବହୁଦୂରେ ଛୁଟେ
ତାର ବାସ ଅତର ||

ଘାସର ଗାଲିଚା ପରେ
ସାଧବାଣୀ ବୋହୂଟି
ରାସ ରଚେ ଓଠୁ ଢାଳି
ମିଠା ହସ ମହୁଟି ||

ଝିପି ଝିପି ବରଷାରେ
ପାହିଯାଏ ରାତିଟା
ଘଡଘଡି ଡାକଦେଲେ
ଥରିଯାଏ ଛାତିଟା ||

ହଜାଇଲା ଚାଷୀ ଦୁଃଖ
ବରଷାଟି ଆସିରେ
ପାଣିସୁଏ କାଗଜର
ଡଙ୍ଗାଗଲା ଭାସିରେ ||

ଆଷାଢ଼ ଶ୍ରାବଣ ଦୁଇ
ବରଷାର ଋତୁଟି
ବୋଉ ତୋଳି ଆଣେ ଯାଇ
ହୁଙ୍କା ମୂଳୁ ଛତୁଟି ||

ଵରଷା ଵରଷି ଦିଏ
ନଈ ଛାତି ପୂରଇ
ବରଷାକୁ ଦେଖି ଦୁଃଖୀ
ଲୋକ ମଥା ଘୁରଇ ||


କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ

ଡକ୍ଟର ସୁନାମଣି ରାଉତ

03-09-2026 / 12:47:11

ଶିଶୁ ମାନଙ୍କ ପାଇଁ ଉପଧାରେ ରଚିତ ଚମତ୍କାର କଵିତା। ଧନ୍ୟବାଦ ପ୍ରଶାନ୍ତ।

ଡ. ବିଜୟା ପାତ୍ର

03-09-2026 / 10:59:33

ଖୁବ୍ ସୁନ୍ଦର ଲାଗିଲା କବିତାଟି। ଆହୁରି ଏମିତି ମନଛୁଆଁ କବିତା ଲେଖନ୍ତୁ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion