ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କାନ୍ଦେନି ବୋଉ

ଲେଖା : ଦିଲ୍ଲୀପ କୁମାର ସାହୁ

କାନ୍ଦେନି ବୋଉ ଭାଙ୍ଗିଯିବ କାଳେ
ବାପାଙ୍କର ଏବେ ନିଦ
ଶୋଇପଡିଛନ୍ତି ନିଘୋଡ ନିଦରେ
ଅରୀ ସାଥେ କରି ଯୁଦ୍ଧ ।
ତାଙ୍କ ଦେଶପ୍ରେମ ତାଙ୍କ ବୀରଗାଥା
ସବୁରି ଓଠରେ ଆଜି
ଦେଶର ସୀମାକୁ ଜଗିଥିଲେ ବାପା
ଜୀବନ ଲଗାଇ ବାଜି ।
ଛୁଟିରେ ଯେବେତ ଆସୁଥିଲେ ସିଏ
ହସୁଥିଲା ଆମ ଘର
ଫେରିଗଲାବେଳେ ସବୁରି ଆଖିରୁ
ଝରୁଥିଲା ଲୁହଧାର ।
ଏଥର ମୋ ବାପା ଆସିଛନ୍ତି ଆଉ
ସୀମା କୁ ଯିବେନି ଫେରି
ଫେରିବେନିବୋଲି ଆମ ଗାଁ ସାରା
ସଭିଏ ହୁଅନ୍ତି ଝୁରି ।
ତ୍ରିରଙ୍ଗା ପତାକା ଘୋଡାହୋଇଅଛି
ଆଜିତ ତାଙ୍କରି ଦେହେ
ବିଗୁଲ ସ୍ବରରେ ବନ୍ଧୁକ ର ମୁନ
ତାଙ୍କ ଆଗେ ନଇଁଯାଏ ।
ବୀର ବୋଲି ତାଙ୍କୁ ଶେଷ ସନମାନ
ଦେଉଅଛି ଆଜି ଦେଶ
ତାଙ୍କ ଯଶ ଗୀତି ଗାଉଥିବ ସଦା
ଆମ ଗାଁ ଇତିହାସ ।
ବାପା ଚାଲିଗଲେ ଅଫେରା ରାଇଜେ
ଚିତା ଜଳେ ଦାଉଦାଉ
କାନ୍ଦେଲୋ ବୋଉ କାନ୍ଦେ ତୁ ଯେତେ
ଉଠିବେନି ବାପା ଆଉ।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion