ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଵାପା

ଲେଖା : ଡକ୍ଟର ସୁନାମଣି ରାଉତ

ସଭିଏଁ ଲେଖନ୍ତି `ବୋଉ` କଥା ଵେଶି
` ଵାପା`କୁ ଯାଆନ୍ତି ଭୁଲି
ବାପା ଆଣି ଦେଲେ ଚାଉଳ,ପରିଵା
ବୋଉ ତ ଲଗାଏ ଚୁଲି।
ଜର କାଶ ହେଲେ ବୋଉ ଜଗିରହେ
ଓଷଦ ଆଣନ୍ତି ବାପା
ଭଲ ହୋଇ ମୁଁ ଯେ ଗୀତ ଗାଉ ଥାଏ
ଲରେଲାପା ଲାରେଲାପା ।
ପିଲାଦିନେ ବୋଉ ଜହ୍ନକୁ ଦେଖାଏ
ବାପା ହୁଅନ୍ତି ମୋ ଘୋଡା
ସେଇ ବାପା ପୁଣି ଭଲ ପାଇଁ ମୋତେ
ଦେଇଥାନ୍ତି କାନମୋଡା ।
କେତେ ବହିଖାତା ଜାମା ଛତାଜୋତା
ସବୁ ସେ ଦିଅନ୍ତି ଖଞ୍ଜି
ବୋଉ ପରି ବେଶୀ କଥା ନ କହି ସେ
କହନ୍ତି କଥାର ମଞ୍ଜି ।
ବାହାରେ କୋଉଠି ଭଲମନ୍ଦ ହେଲେ
ପିଠିରେ ପଡନ୍ତି ବାପା
ମୋର ହସଖୁସି ପାଇଁ ସେ ସହନ୍ତି
କେତେଯେ କଷଣ ଚାପା ।
ବୋଉ ପରି ବାପା ମଧୁର ନୁହନ୍ତି
ବାପା ଅନ୍ୟ ନାମ `ପିତା`
ପିତା ହେଲେବି ସେ ଆମ ପାଇଁ ପୁଣ୍ୟ
ପୋଥି, ଭାଗବତ, ଗୀତା ।
ବାପା ବୋଲି ଯେଉଁ ଦୁଇଟି ଅକ୍ଷର
ସରଗ ଠାରୁ ସେ ବଡ
ଆମ ପାଇଁ ହସଖୁସି-ସାଗର ସେ
ଶାନ୍ତିର ସୁରକ୍ଷା ଗଡ଼ ।
ବଡହୋଇ ଆମେ ବାପାଙ୍କ ସେବାରେ
ଜୀବନ ବିତାଇ ଦେବା
ତାଙ୍କ ପାଦତଳେ ପ୍ରଣାମ ଜଣାଇ
ଭଲ ମଣିଷଟେ ହେବା ।

ରାଜବଗିଚା, କଟକ-୯
ମୋ – ୯୪୩୭୧୯୨୮୯୦

ଲେଖା ସମ୍ପର୍କୀୟ ମତାମତ

ଉମାକାନ୍ତ ବେହେରା

03-09-2026 / 11:27:35

ହୃଦୟକୁ ଛୁଇଁଲା

Jayakrushna Sahoo

01-09-2026 / 19:51:45

ଵାପାଙ୍କ ଉପରେ ସୁନ୍ଦର ହୣଦୟକୁ ଛୁଇଁଲା ଭଳିଆ କଵିତା। ଭଲଲାଗିଲା।

ନିରୁପମା କବି

01-09-2026 / 16:11:29

ସୁନ୍ଦର ମନ ଛୁଆଁ ଶବ୍ଦ କୃତି

Dhananjaya swain

01-09-2026 / 10:24:52

ଭଲ ଲାଗିଲା ଏହାର ଶବ୍ଦ ବସାଣ

PRAKASH CHANDRA DASH

01-09-2026 / 10:00:28

ମନଛୁଆଁ କବିତା. ଭାଇଙ୍କୁ ପ୍ରଣାମ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion