ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ପାରିବରେ ପାରିବ

ଲେଖା : ନିରୁପମା କଵି

ସବୁ କାମ ପାରିବ
ପାରିବିନି ବୋଲି
କେବେ
ତୁଣ୍ଡ ରେ ନ ଧରିବ।।
ପାରୁଛନ୍ତି ଯେଉଁ ଜନ
ନାହିଁ ତାଙ୍କ ଦେବ ପଣ
ସିଏ ବି ତ ତୁମ ପରି
ମଣିଷ ଟି ପିଲେ,
ତୁମେ ପାରିବ ନି କିଆଁ
ମନ ଦେଇ କଲେ
ଥର କରେ ନ ପାରିଲେ
ପୁଣି ଥରେ କର ଭ ଲେ
ଜାଣିଛ କି ରାଜା ବ୍ରୁସ୍
କେତେ
ହାରିଥିଲେ
ବୁଢି ଆଣି ଠାରୁ ଶିଖି
ବିଜୟ ଲଭିଲେ।
ସ୍ୱାଧୀନତା ରଣ ରେ ନେଇ ଥିଲେ ପଣ ରେ
ସଫଳ ନ ହେବା ଯାଏ
ହେବ ଆନ୍ଦୋଳନ
ରେ
ଲଭିଥିଲୁ ମୁକତି ଜଗତକୁ ଦେଖାଇଲୁ
ଏକତା ର ଶକ ତି।।
ମନୋ ବଳ ରଖିବ
ମନ ଦେଇ କରିବ
ସବୁ କାମ ପାରି
ତୁମେ
ଜଗତ ରେ ଜିତିବ।
ପାରିବ ରେ ପାରିବ
ସମୟ ତା ଖାତା
ଟିରେ
ତୁମ ନାଁ ଲେଖିବ।।
ତୁମ କଥା ଶୁଣି
କେତେ
ଭଙ୍ଗା ମନ ଯୋଡ଼ିବ
ପାରିବ ରେ ପାରିବ
ପାରିବିନି ବୋଲି
କେବେ ତୁଣ୍ଡରେ
ନ ଧରିବ,
ମନ ଦେଇ କଲେ
ତୁମେ ସବୁ କାମ
ପାରିବ।।।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion