ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଭାଗବତ

ଲେଖା : କୈଳାସ ଚନ୍ଦ୍ର ଧଳ

ଭାବରେ ଭଜିବ ଭଜନ
ଭକ୍ତିରେ ହୋଇବ ମଗନ
ଭରସା କରିବ ଈଶ୍ୱର
ଭଣିବ ତାଙ୍କରି ପୟର |

ଗରବ ଗଞ୍ଜନ ଶ୍ରୀହରି
ଗରବ ନାଶନ୍ତି ସବୁରି
ଜ୍ଞାନର ମୂଳ ଏ ଜଗତ
ଜ୍ଞାନଟି ଫେଡ଼ଇ ଆରତ |

ବଦନ ବସନ ବାସନା
ବର୍ଜନ ବିଳାସ କାମନା
ବୈରାଗ୍ୟପଣ ଆଶ୍ରା କରି
ବରିବ ନିଶ୍ଚେ ନରହରି |

ତର୍କରେ ରଖିବ ଧିଆନ
ତର୍କରେ ନାହିଁ ବଡ଼ ସାନ
ତରିବ ତର୍କ ଟାଣକରି
ତର୍କରେ ଟଳନ୍ତି ବଇରୀ |

ଭକ୍ତି ଜ୍ଞାନ ବୈରାଗ୍ୟ ତର୍କ
ଭାଗବତେ ଯେ ଚାରି ସତ୍ୟ
ସେ ସତ୍ୟ ରସର କ୍ଷରଣ
ସଂସାରେ କ୍ଷରୁ ନିତିଦିନ |


କନ୍ଧମାଳ
8895119944

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion