ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କଥା ଦେଇଛି

ଲେଖା : କୀର୍ତ୍ତନ ସାହୁ

କଥା ଦେଇଛି ମୋ ମାଆକୁ
ନିଜ କାମ ମୁହିଁ
ନିଜେ ମୁଁ କରିବି
ଅରପି ଦେବିନି କାହାକୁ । 1

ବାପାଙ୍କୁ ମୁଁ କଥା ଦେଇଛି
ଭଲ ପାଠ ପଢ଼ି
ମଣିଷ ହୋଇବି
ପାଦ ତାଙ୍କ ଛୁଇଁ ନେଇଛି ।

କଥା ଦେଇଛି ମୁଁ ମାଟିକୁ
କଳୁଷିତ ଜମା
କରିବି ନାହିଁ ମୁଁ
କେବେ ହେଲେ ତାର ଛାତିକୁ ।

କଥା ଦେଇଛି ମୁଁ ଗଛକୁ
ଯତନ ତା ନେବି
ନଷ୍ଟ କରିବିନି
ଚାହିଁବିନି କେବେ ପଛକୁ ।

କଥା ଦେଇଛି ମୁଁ ଜଳକୁ
ଦୂଷିତ ହେବାକୁ
ଦେବିନି ଜମା ମୁଁ
ଖଟାଇ ମୋହର ବଳକୁ ।

କଥା ଦେଇଛି ମୋ ଦେଶକୁ
ତା ମାନ ମହତ
ସଦା ମୁଁ ରଖିବି
ସଜାଇ ମୋ ବୀର ବେଶକୁ ।

ମିଶ୍ର କଲୋନୀ
ଶାଳପଡ଼ା , କେନ୍ଦୁଝର
ଦୂର ଭାଷ – ୯୪୩୮୪୧୪୭୦୧

ଲେଖା ସମ୍ପର୍କୀୟ ମତାମତ

ସୁଷମା ଲେଙ୍କା,

03-09-2026 / 12:29:21

ମାଆ ମାଟି ପାଣି ଦେଶ ଗଛ ସମସ୍ତଙ୍କ ଯତ୍ନ ନେଇ ସମ୍ମାନ ରକ୍ଷା କରିବା ଉପରେ କବିତା ଟି ଭଲ ଲାଗିଲା

ଦୀନବନ୍ଧୁ ପୋଇ

02-09-2026 / 15:07:50

କଥା ଦେଉଛି, ମୁଁ ସବୁବେଳେ ଆପଣଙ୍କ ଲେଖା ପଢିବି ,

ଉମାକାନ୍ତ ବେହେରା

01-09-2026 / 13:00:50

ବହୁତ ସୁନ୍ଦର ଓ ଶିକ୍ଷଣୀୟ

PRAKASH CHANDRA DASH

01-09-2026 / 10:04:44

ଭଲ ଲାଗିଲା କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion