ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆଦର୍ଶ ଗୁରୁ

ଲେଖା : ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ

ଗୁରୁଙ୍କୁ ନ ମଣିବ ନର ,
ଗୁରୁହିଁ ସାକ୍ଷାତ ଈଶ୍ୱର ।
ଗୁରୁ ଯେ ବ୍ରହ୍ମା ସୃଷ୍ଚିକର୍ତ୍ତା,
ବିଷ୍ଣୁ ଯେ ପାଳନ କରତା ।
ମହେଶ୍ୱର ସଂହାର କର୍ତ୍ତା,
ଶିଷ୍ୟଙ୍କ ମଙ୍ଗଳ ବିଧାତା ।
ଆଦର୍ଶ ଗୁରୁ ହିତାକାଂକ୍ଷୀ,
ଆଦର୍ଶ ଶିକ୍ଷା ଦେଇଥାନ୍ତି ।
ମଙ୍ଗଳ ରୂପେ ଦେଇ ଜ୍ଞାନ,
ଛାତ୍ରଙ୍କ ଭବିଷ୍ୟ ଗଠନ ।
ଗୁରୁହିଁ ଛାତ୍ରର ନମସ୍ୟ,
ତା` ପାଇଁ ଶିବଙ୍କ ସଦୃଶ ।
ଅଜ୍ଞାନ ରୂପକ ଅନ୍ଧ। ର,
ଗୁରୁହିଁ କରିଥାନ୍ତି ଦୂର ।
ଜ୍ଞାନ ରୂପକ ଆଲୋକକୁ,
ଗୁରୁ ସମର୍ଥ ସେ ଦାନକୁ ।
କର୍ତ୍ତବ୍ୟ,ସାଧୁତା,ବିଜ୍ଞତା,
ସ୍ପଷ୍ଟବାଦିତା ସେ ଦେବତା ।
ଗୁରୁଙ୍କ ଉତ୍ସାହ,ପ୍ରେରଣା,
ଛାତ୍ରଙ୍କ ପୂଜା ଅରଚନା ।
ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କ,
ଆଦର୍ଶ ମହିଁମା ମଣ୍ଡିତ ।
ଗୁରୁହିଁ କୃତୀ ଜ୍ଞାନଯୋଗୀ,
ଶ୍ରଦ୍ଧା ସମ୍ମାନ ସେ ପଦବୀ ।

ଅବସର ପ୍ରାପ୍ତ ମଣ୍ଡଳ ସହ -ଶିକ୍ଷାଧିକାରୀ, ପୁରୀ ସଦର ବ୍ଲକ୍,
ପୁରୀ, କୋଣାର୍କ ।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion