ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ନାଲିଟୁକୁଟୁକୁ ସାଧବ ବୋହୂ

ଲେଖା : ଜୟକୃଷ୍ଣ ସାହୁ

ନାଲିଟୁକୁଟୁକୁ ସାଧବବୋହୂଲୋ
ଠୁକୁଠୁକୁ ତୋର ଚାଲି
ଟିକିଟିକି ଟିକି କଅଁଳ ପାଦରେ
କୁଆଡ଼େ ଯାଉଛୁ ବୁଲି?
ଟୁପୁଟୁପୁ ଟୁପୁ ବରଷା ଅସରା
ବତାସ ଆସଇ ମାଡ଼ି
କାହା ଭରସାରେ ଗୋଡ଼ କାଢ଼ିଅଛୁ
ପିନ୍ଧି ନାଲିପାଟ ଶାଢ଼ି ।
ଭିଜି ଭିଜି ତୁଉ ବରଷା ପାଣିରେ
ଅସଜ ଲାଗିଲେ ଦିହ
କିଏ ଦେବ ତୋତେ ଓଷଦପତର
କେ ସେବା କରିବ କୁହ।
ଗୁଲୁ ଗୁଲୁ ତୋର ସୁନ୍ଦର ଚେହେରା
ମଉଳିବ ଫୁଲ ପରି
ତୋ ମରଦ ପରା ବିଦେଶେ ଅଛିଲୋ
ନ ଆସିବ ଏବେ ଫେରି।
ତୋର ଚୁଲୁବୁଲି  ଝିଅର ଅଳସ
ଆଖିରୁ ନଇଁଲେ ନିଦ
କିଏ ସେ କୋଳରେ ଜଡ଼ାଇ ଧରିକି
ଖୋଇଦେବ ମୁଖେ ଦଦ।
ମାଆ ମୋର ତେଣେ ବସିରହିଥିବ
ମୋ ଫେରିବା ବାଟ ଚାହିଁ
ତୋତେ ଦେଖିବାକୁ ଆସିଛି ମୁଁ ଧାଇଁ
ମାଆକୁ ମୋର ନ କହି।
ତୋ ଘରର ବାସିପାଇଟି ସବୁତ
ପଡ଼ିଥିବ ତେଣେ ବାକି
ଫେରିଯାଆ ତୋର ଘରକୁ ସହଳ
ମୋର ସାନକୁହା ରଖି।

କପିଳପ୍ରସାଦ,ଭୁବନେଶ୍ବର-୨
ମୋ-୯୯୩୭୦୯୨୩୯୭.

ଲେଖା ସମ୍ପର୍କୀୟ ମତାମତ

ସୁମିତ୍ରା ମିଶ୍ର

03-09-2026 / 17:05:52

ଏହି କବିତାଟିରେ ଏମିତି କିଛି କଥା ଅଛି, ଯାହା ଶିଶୁ କିଶୋର ମନକୁ ଦ୍ୱନ୍ଦରେ ପକାଇପାରେ। ଯଥା: “ତୋ ମରଦ ପରା ବିଦେଶେ ଅଛିଲୋ ନ ଆସିବ ଏବେ ଫେରି “ “ଖୋଇଦେବ ମୁଖେ ଦଦ।” “ତୁଉ” ଶବ୍ଦଟି ଠିକ୍ କି?

ଉମାକାନ୍ତ ବେହେରା

03-09-2026 / 11:22:32

ବହୁତ ବଢିଆ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion