ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କେତେ ବଡ଼ ହେଲେ ଜାଗିବୁ !

ଲେଖା : କବିଜ୍ୟୋତି ନିରଞ୍ଜନ ପତି

ବାପା ମାଆ ସଦା ଆକଟ କରନ୍ତି
ଛୋଟ ପିଲା ବୋଲି କହି,
କିଛି ଗୋଟେ କଥା କହିଦେଲେ ତାଙ୍କୁ
ପାରନ୍ତିନି ଜମା ସହି ।
କହନ୍ତି ତୁ` ବଡ଼ ହେଲୁଣି,
ଘରର ସଂସ୍କୃତି ପରମ୍ପରା ଯାହା
ସବୁତ ପାଶୋରି ଦେଲୁଣି ।

ଟିଭି ମୋବାଇଲ୍ ଦେଖି ଦେଲେ ଟିକେ
ଅବା ଚାହା ପିଇ ଦେଲେ,
କହନ୍ତି ଏସବୁ କରନ୍ତିନି ଛୋଟ
କରିପାରୁ ବଡ଼ ହେଲେ ।
ଘର କଥା କିଛି ଶୁଣିଲେ,
କହନ୍ତି ତୁ ମୁଣ୍ଡ ପୂରାନା ଏଥିରେ
ବୁଝିବୁ ତୁ` ବେଶି ଜାଣିଲେ ।

ଛୋଟ ପିଲା କେବେ ଚଗଲା ହୁଏନି
ମାନିଚଳ ଆମ କଥା,
ବଡ଼ ହୋଇଲୁଣି ବୁଝି ପାରୁନାହୁଁ
ବାପା ମାଆଙ୍କର ବ୍ୟଥା ।
ଏଇକଥା ବୁଝି ପାରେନି,
କେବେ ହୁଏ ଛୋଟ କେବେ ହୁଏ ବଡ଼
ଭାବେ, କିନ୍ତୁ କେବେ ହାରେନି ।

ସବୁବେଳେ କେତେ ପଢ ପଢ ହେବୁ
ବଡ଼ ହେଲୁ ବୁଝି ପାରୁନୁ,
ଗପ,ଗୀତ ପଢ଼ି ସମୟ ସାରୁଛୁ
ପଢ଼ା ବହି ସଦା ଧରୁନୁ ।
(କହନ୍ତି)ତୋ` ପିଛା କେତେ ବା ଲାଗିବୁ
ଛୋଟ ପିଲା ପରି ଅଝଟ କରୁଚୁ
କେତେ ବଡ଼ ହେଲେ ଜାଗିବୁ !

ମୋ-୯୯୩୮୧୩୩୫୫୯ 

ଲେଖା ସମ୍ପର୍କୀୟ ମତାମତ

ସୁମିତ୍ରା ମିଶ୍ର

03-09-2026 / 16:59:39

ପିଲାମାନକଂର ବୋଧଶକ୍ତିକୁ ବଡମାନେ ନଜରଅନ୍ଦାଜ ନକରି ସେମାନକଂର ମନ କଥା ବୁଝିବାକୁ ଚେଷ୍ଟା କରିବା ଉଚିତ। ଆଜିକାଲିର ଦୁଇ ବର୍ଷର ପିଲାର ବୋଧଶକ୍ତି ଦେଖି ଆଶ୍ଚର୍ଯ୍ଯ ହେବାକୁ ପଡେ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion