ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ସେପ୍ଟେମ୍ବର:୨୦୨୬ , ତୃତୀୟ ବର୍ଷ-ନବମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ପାଷାଣ ବି କହେ କଥା

ଲେଖା : ଧ୍ରୁବ ଚରଣ ଘିବେଲା

କାହିଁ କେଉଁ କାଳୁ ରହିଛି ସେଇଠି 
ସୌନ୍ଦର୍ଯ୍ୟ ପସରା ବାଢ଼ି 
ପାଷାଣ ଦେହରେ ଅଙ୍କା ଯାଇଅଛି 
କଳାକୃତି ଧାଡ଼ି ଧାଡ଼ି I
ପାଷାଣର ଗୁମ୍ଫା ଅତି ସ୍ୱଚ୍ଛ ସଫା 
ସୁନ୍ଦର ସୁଷମI ଭରା 
ଘେରି ରହିଅଛି କେତେ ଗଛଲତା 
ସବୁଜିମା ହରା ଭରା I 
ଥାକ ଥାକ ହୋଇ କେତେ ଥାକ ଥାଇ 
ଗୁମ୍ଫା ଠାରେ(ଡାକେ)ଦର୍ଶକଙ୍କୁ 
ଦେଖିଯାଅ ବାରେ ମୋ` ରୂପ ସୁଷମା 
ଆସି ମୋଅରି କତିକୁ I 
ପାଷାଣ ଦେହରେ ନିହାଣ ମୁନରେ 
ଗଢ଼ା କେତେ ହାତୀ ବାଘ
ସମୟ ସୁଅରେ କ୍ଷୟ ହୋଇ ଧିରେ 
ନାହିଁ କା`ର ମୁଣ୍ଡ ଗୋଡ଼ I 
ଉପରେ ରହିଛି ଶୈବ କୃତି କୀର୍ତ୍ତି 
ଭଗ୍ନପ୍ରାୟ ଶିବାଳୟ 
ଗୁମ୍ଫା ଯେତେ ଅଛି ଶୂନ୍ୟ ରହିଅଛି 
ସକଳ ଗୁମ୍ଫା ଆଳୟ I 
ଦିନ ବେଳ ଯାକ ଦର୍ଶକ ଗହଣେ 
ଏଲୋରା ଲାଗେ ଗୋଲାପି 
ଦିନ କୋଳାହଳ ସଞ୍ଜ ହେଲେ ହଜେ 
ଏଲୋରା ଉଠେ ବିଳପି I
ରହିଛି ରହିବ ବରଷ ବରଷ 
ପାଷାଣ ବି କହେ କଥା 
ପାଷାଣ ହେଲେ ବି କହେ ସେ ଏଲୋରା
ଅନ୍ତର ବେଦନା ଗାଥା I 


(ଗତ ତା ୯-୦୮-୨୬ରିଖରେ ମହାରାଷ୍ଟ୍ର ସମ୍ଭାଜୀ ନଗର ବା ଔରଙ୍ଗାବାଦସ୍ଥିତ ଏଲୋରା ଦର୍ଶନ କରିବା ପରେ )

ବଉଦରାଜ -762014, ଜି. ବୌଦ୍ଧ 
ମୋ. 9437478466

ଲେଖା ସମ୍ପର୍କୀୟ ମତାମତ

ଉମାକାନ୍ତ ବେହେରା

03-09-2026 / 11:20:54

ଭଲ ଲାଗିଲା l ଆମ ରାଜ୍ୟରେ ଭରପୁର l

ଦୀନବନ୍ଧୁ ପୋଇ

02-09-2026 / 15:11:21

ପାଷାଣର କଥା ବୁଝିପାରେ ସିନା କବି ଓ ଭାବୁକ ଯିଏ, ଯାହାର ଏଭଳି ନଥାଏ ଭାବନା ବୁଝି ପାରଇ କି କିଏ , ଧନ୍ୟବାଦ ନମସ୍କାର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion