ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ :୨୦୨୪ , ପ୍ରଥମ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ଜଳନ୍ଧରର ଜଳସୁରକ୍ଷା

ଲେଖା : ଶୁଭନାରାୟଣ ଶତପଥୀ

ଜଳପୂର୍ଣ୍ଣପୁରରେ କେବେ ଜଳର ଅଭାବ ନଥାଏ। ଏମିତିକି ଚାରିଆଡେ ମରୁଡି, ଜାଳାଭାବ ଦେଖାଦେଲାବେଳେ ମଧ୍ୟ ଜଳପୁର୍ଣ୍ଣପୁରରେ ଜଳର ଅଭାବ ନଥାଏ। ଏଣୁ ସେଠାକାର ଲୋକେ କେବେ ମରୁଡି ଦେଖିନାହାଁନ୍ତି କି ଜଳକଷ୍ଟ ପାଇନାହାଁନ୍ତିି। ଏଣୁ ଜଳକୁ ନେଇ ସେମାନେ ଗର୍ବ କରନ୍ତିି ଓ ଜଳର ଅଯଥା ଅପଚୟ ବି କରନ୍ତି। ଜଳନ୍ଧର ନାମରେ ଏକ ପିଲା ସେଠାରେ ରହୁଥାଏ। ସେ ଜାଣିଛି ଲୋକେ ଯେଉଁ ଜଳକୁ ପ୍ରଦୂଷିତ ବା ଅପଚୟ କରୁଛନ୍ତି କାଲି ତାହା ନିଶ୍ଚୟ ଜୀବନ ପାଇଁ ବିପଦ ହେବ। ଏହି କାରଣରୁ ପ୍ରତି ଜଳ ବିନ୍ଦୁକୁ ଜଳନ୍ଧର ବ୍ୟବହାର କରିବା ସହିତ ସଂରକ୍ଷଣ ପାଇଁ କାମ କରେ। ଯେଉଁଠି ଜଳ ବହିଯାଉଥିବାର ଦେଖେ ସେଠାରେ ଗାତ ଖୋଳି ଜଳ ସଂରକ୍ଷଣ ପାଇଁ ଚେଷ୍ଟା କରେ। ଗଛ ଲଗାଇ ଜଳର ବ୍ୟବହାର କରେ। ଅଯଥା ଜଳକୁ ନଷ୍ଟ ନକରିବାକୁ ସମସ୍ତଙ୍କୁ କୁହେ। ସେ କୁହେ ଆଜି ଜଳ ଆମ ପାଖରେ ଭରପୁର ଅଛି ବୋଲି ସିନା ଆମେ ଗର୍ବ କରୁଛେ, ଯେଉଁଠି ଜଳର ଅଭାବ ଅଛି ସେଠାରେ ଲୋକମାନେ କେମିତି କଷ୍ଟ ପାଉଛନ୍ତି ଜାଣିବା ଜରୁରୀ। ଜଳନ୍ଧର ଏଥିପାଇଁ ବ୍ୟସ୍ତ ହୁଏ, ଲୋକମାନଙ୍କ ଭିତରେ କିଛି ପରିବର୍ତନ ଆଣିବାକୁ ଚେଷ୍ଟା କରେ କିନ୍ତୁ ଫଳ କିଛି ମିଳେନା।
ଦିନେ ଜଳନ୍ଧର ଗଲା ନିକଟରେ ଥିବା ଏକ ନଦୀ ନିକଟକୁ। ସେଠାରେ ବହୁତ ସମୟ ମନମାରି ବସିରହିଲା। କିଛି ସମୟ ପରେ କେହି ଜଣେ ପ୍ରଶ୍ନ ପଚାରିବାର ଶୁଣିଲା ଜଳନ୍ଧର। ଜଳ ଭିତରୁ କେହିଜଣେ ପଚାରୁଥିଲେ, ଜଳନ୍ଧର ତୁ କହିଁକୁ ମନ ଦଃୁଖରେ ଏଠି ବସିଛୁ? ଜଳନ୍ଧର ଆଶ୍ଚର୍ଯ୍ୟ ହେଲା। ଜଳନ୍ଧର ପଚାରିଲା, ତୁମେ କିଏ? ଜଳ ଭିତରୁ ଝିଅଟିଏ ବାହାରି ଆସି କହିଲା ମୁଁ ଜଳପରୀ। ଜଳନ୍ଧର କହିଲା ଲୋକମାନେ ଜଳ ନଷ୍ଟ କରୁଥିବାରୁ ମୋର ମନଦୁଃଖ। ଯେତେ ବୁଝାଇଲେ ବି ମୁଁ ସେମାନଙ୍କ ମଧ୍ୟରେ ପରିବର୍ତନ ଆଣିପାରୁନି। ଜଳନ୍ଧର କଥା ଶୁଣି ଜଳପରୀଟି କହିଲା ତୁମଭଳି ଯଦି ସମସ୍ତେ ଚିନ୍ତା କରନ୍ତେ ତେବେ ଜଳ ପ୍ରଦୂଷିତ ହୁଅନ୍ତା ନାହିଁ କି ଅପଚୟ ହୁଅନ୍ତା ନାହିଁ। ଜଳପରୀଟି କାହିଲା ଜଳନ୍ଧର ମୁଁ ତୁମକୁ ଶକ୍ତି ଦେଉଛି ତୁମେ ଜଳକୁ ଯେମିତି ଚାହିଁବ ନିୟନ୍ତ୍ରଣ କରିପାରିବ। ଏହା କହି ଜଳପରୀଟି ଚାଲିଗଲା।
ଜଳନ୍ଧର ଘରକୁ ଫେରିଲା। କିଛି ଉପାୟ ବାହର କରିବାକୁ ସେ ମନେମେନ ଭାବୁଥାଏ। ଶେଷରେ ଜଳପରୀ ଦେଇଥିବା ଶକ୍ତିର ବିନିଯୋଗ କରି ଦୁଇ ଘଂଟା ପାଇଁ ନଦୀ, ପୋଖରୀ, ଭୁତଳଜଳକୁ ଶୁଷ୍କ କରିଦେଲା ଜଳନ୍ଧର। ପାଣି ପାଇଁ ଚାରିଆଡେ ହାହାକାର ପଡିଗଲା। ମଣିଷ ପଶୁପକ୍ଷୀ କେହି ପାଣି ଟୋପେ ନପାଇ ଡହଳବିକଳ ହେଲେ। ଜଳ ନପାଇ ଜୀବନ ପାଇଁ ଜଳର ମୂଲ୍ୟ ବୁଝିପାରିଲେ ସମସ୍ତେ। ଶେଷରେ ନିଷ୍ପତି କଲେ ସମସ୍ତେ ଆବଶ୍ୟକତା ଅନୁସାରେ ଜଳ ବ୍ୟବହାର କରିବେ। କେହି ଜଳକୁ ପ୍ରଦୂଷିତ କରିବେ ନାହିଁ କି ଅପବ୍ୟବହାର କରିବେ ନାହିଁ। ପୁଣି ଜଳପରୀର ଶକ୍ତିକୁ ବ୍ୟବହାର କରି ଜଳନ୍ଧର ଜଳ ଭରିଦେଲା ନଦୀ, ପୋଖରୀରେ ଓ ଭୂମିତଳେ। ଏବଂ ଜଳପରୀକୁ ଧନ୍ୟବାଦ ଜଣାଇଲା ଜଳନ୍ଧର।

ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

06-03-2024 / 15:20:45

ଶିକ୍ଷଣୀୟ ଗପଟିଏ । ଲେଖକଙ୍କୁ ଅନେକ ଧନ୍ୟବାଦ ।

ଦୀନବନ୍ଧୁ କର

04-03-2024 / 16:28:32

ମନଛୁଆଁ ଉପସ୍ଥାପନା

ଦୀନବନ୍ଧୁ କର

04-03-2024 / 12:44:29

ଗପଟି ବହୁତ ସୁନ୍ଦର ଓ ମନଛୁଆଁ

Pravat Nalini Sahoo

01-03-2024 / 23:08:57

ଶିଶୁ ମନଲାଖି ଗପଟିଏ। ଲେଖକଙ୍କୁ ଅଶେଷ ଧନ୍ୟବାଦ। ପ୍ରଭାତ ନଳିନୀ ସାହୁ

Sulekha Samantaray

01-03-2024 / 22:36:52

ପରୀ କାହାଣୀ ଶୈଳୀରେ ସୁନ୍ଦର ଶିକ୍ଷଣୀୟ ଶିଶୁଗଳ୍ପ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion