ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ :୨୦୨୪ , ପ୍ରଥମ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଧନ୍ୟ ତାର କାରିଗରୀ

ଲେଖା : ପ୍ରଭାତ ନଳିନୀ ସାହୁ

କେଡେ ସୁଚତୁର ବିନ୍ଧାଣୀ କିଏସେ
ଗଢିଛି ସୁନ୍ଦର ଧରା,
ତରୁ ତୃଣ ବନ ଶ୍ୟାମଳ କୋମଳ
କାନନେ ଫୁଲ ପସରା।
ବିଶାଳ ସୁନୀଳ ଆକାଶ ଗଢିଛି
ଦିନରେ ସୂରୁଯ ଜ୍ୟୋତି,
ସଂଜରେ ଚନ୍ଦ୍ରମା ଶୀତଳ ଜୋଚ୍ଛନା
ତାରା ଫୁଲ କୋଟିକୋଟି।
ବରଷା ଦେହରେ ଭରିଛି କିଏସେ
ଏତେ ପରିମାଣ ପାଣି,
ବାଦଲ ଭିତରେ ଚମକ ଖେଳାଏ
କେମିତି ବିଜୁଳିରାଣୀ।
ସାତଟି ରଙ୍ଗର ଇନ୍ଦ୍ରଧନୁ କିଏ
ଗଢିଛି ଆକାଶ ଦେଶେ,
ଝରଣା ତଟିନୀ ସାଗରର ପାଣି
ବହନ୍ତି କାହା ଆଦେଶେ।
କୁସୁମେ ସୁବାସ,ସୁମଧୁର ଫଳ
କାହାର ଏ ସବୁ ଦାନ,
କାହାକୁ କରିଛି ଶୀତଳ କୋମଳ
କିଏସେ ପୁଣି କଠିନ।
କୀଟରୁ ପତଙ୍ଗ, ଏ ଜୀବଜଗତ
ଗଢିଛି ଯତନ କରି,
କୋଟିକୋଟି ପ୍ରଣିପାତ ତା ପୟରେ
ଧନ୍ୟ ତାର କାରିଗରି।

ଛେଣ୍ଡ କଲୋନୀ,ରାଉରକେଲା-୧୫

ଲେଖା ସମ୍ପର୍କୀୟ ମତାମତ

ଧୀରେନ ମିଶ୍ର

06-03-2024 / 15:24:27

ଶିଶୁ ମନସ୍କ କବିତାଟିଏ । ଅନେକ ଅଭିନନ୍ଦନ ଓ ପ୍ରଣାମ ।

Sanjukta parichha

01-03-2024 / 16:50:31

ବିଚିତ୍ର ପ୍ରକୃତିର ନିୟମ ଉପରେ ସୁନ୍ଦର ବିଭୁପ୍ରେମ କବିତା । ଶୁଭେଚ୍ଛା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion