ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଉଠ ସଅଳ ହେବ ସଫଳ

ଲେଖା : ପୌର୍ଣ୍ଣମାସୀ ଦେବୀ

ସଜ ମଲ୍ଲି ଫୁଲ ସକାଳ
ଉଠିଯା` ଉଠିଯା` ସଅଳ
ସଜ ପବନରେ ବୁଲିଆ` ଘେରାଏ
ପଡିଛି କିରଣ କଅଁଳ ।
ଦେହକୁ ହିତ ଏ ଖରାଟା
ଫୁର୍ତ୍ତି ଲାଗିବ ମନଟା
ଭିଟାମିନ `ଡି ` ଏ ଖରାରେ ଅଛି
ଟାଣ ହେବ ଦେହ ହାଡ଼ ଟା ।
ସରିଯିବ କାମ ସଅଳ
ସମୟ ମିଳିବ ପ୍ରବଳ
ଅଳସୁଆ ଭାବ ଦୂର ହୋଇଯିବ
ସବୁଥିରେ ହେବ ସଫଳ ।
ଗାନ୍ଧୀ ଉଠୁଥିଲେ ଭୋଅରୁ
ପ୍ରାର୍ଥନା କରନ୍ତି ଛଅରୁ
ଘଣ୍ଟା ଦେଖି ସଦା କାମ କରିଥାନ୍ତି
ଶୁଅନ୍ତି ସେ ରାତି ନଅରୁ ।
ଖାଇବା ଖାଇବ ବେଳାରେ
ରୋଗ ପଶିବନି ଦେହରେ
ସଫଳତାର ଏ ମହା ମନ୍ତର
ରଖିଥିବ ସଦା ମନରେ ।
∎ ଭୂଦାନ ନଗର, ଚକ୍ରତୀର୍ଥ ରୋଡ,ପୁରୀ, ଫୋନ୍ -9108330744

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion