ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ସୁନୁସୁନିଆ

ଲେଖା : ଧୀରେନ ମିଶ୍ର

ସୁନୁସୁନିଆ ରେ ସୁନୁସୁନିଆ ତୁ
କୁଆଡେ ଯାଉଛୁ ଧାଇଁ
ମୋ ଗଡୁ ସକାଳୁ ବାଟ ଜଗିଅଛି
ତୋ`ସାଥେ ଖେଳିବା ପାଇଁ ।
ସୁନୁସୁନିଆ ରେ ସୁନୁସୁନିଆ ତୁ
କାହିଁକି ଆସିଲୁ କହ
ମୋ ଗଡୁ ଯାଉଛି ଦାନ୍ତ ଘଷିବାକୁ
ଜଳଖିଆ ଦେବ ରହ ।
ସୁନୁସୁନିଆ ରେ ସୁନୁସୁନିଆ ତୁ
କରନାହିଁ ଜମା ଡେରି
ମୋ ଗଡୁ ପଢିବ ସକାଳୁଆ ପାଠ
ଡେରି କଲେ ଯିବୁ ଫେରି ।
ସୁନୁସୁନିଆ ରେ ସୁନୁସୁନିଆ ତୁ
ଫେରିଯାଆ ନିଜ ଘରେ
ମୋ ଗଡୁ ହେଲାଣି ସୁନାପୁଅ ଏବେ
କକ-ବାଇଆ`ର ଡରେ ।
∎ ଶୁଶୁଡା , ଅନୁଗୋଳ , ଫୋନ – 7978087891

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion