ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଗଛ ଜୀବନ ଧନ

ଲେଖା : ଦୀନବନ୍ଧୁ କର

ଗଛ ଆମର ମିତରେ ଭାଇ
ଗଛ ଆମର ମିତ,
ତାହାରି ପାଇଁ ବରଷା ଝରେ
ହୁଏ ସବୁରି ହିତ ।
ଅଦରକାରୀ ଅଙ୍ଗାରକାମ୍ଳ
ବାୟୁମଣ୍ଡଳୁ ନିଏ,
ହସିହସିକା ଅମଳଜାନ
ସଦା ଆମକୁ ଦିଏ ।
ଅଙ୍ଗୁର, ସେଓ, ଆମ୍ବ, ପଣସ
ଦିଅଇ କେତେ ଫଳ
ପନିପରିବା ଶାଗ ପତର
ଖାଇଲେ ହୁଏ ବଳ ।
ଗଛରୁ ବହୁ ଔଷଧ ହୁଏ
ରୋଗ ହୁଅଇ ଦୂର
ଦେହ ଆମର ଭଲ ରହିଲେ
ଧରା ସରଗ ପୁର ।
ଏଇ ଜୀବନ ଗଛର ଦାନ
ନକର ତାକୁ ପର
ଖାଇବା ଦିଏ ନପାଇବା ଦିଏ
ରହିବା ପାଇଁ ଘର ।
ଦାରୁଦେବତା ଶ୍ରୀ ଜଗନ୍ନାଥ
ସବୁଠୁ ବଡ ଯିଏ
ଭକତି ବିନା ଏଇ ଜଗତେ
ବୁଝିବ ତାଙ୍କୁ କିଏ?
ଶପଥ ନେବା ଆସରେ ମୋର
କୁନି ଭଉଣୀ ଭାଇ
ଗଛ ଲଗାଇ ଯତନ ନେବା
ହେଳା କରିବା ନାହିଁ ।
ଗଛ ବଞ୍ଚିଲେ ହସିବ ଧରା
ଗଛ ଜୀବନ ଧନ,
ଗୋଟିଏ ଗଛ ସୁପୁତ୍ର ଏକ
କହନ୍ତି ସାଧୁ ଜନ ।
∎ ନିଳାଦେଈପୁର, ଧର୍ମଶାଳା, ଯାଜପୁର

ଲେଖା ସମ୍ପର୍କୀୟ ମତାମତ

ମନମୋହନ ଚୌଧୁରୀ

30-04-2024 / 14:41:16

ସୁନ୍ଦର ଉପସ୍ଥାପନା

ଦେବଦାସୀ ତ୍ରିପାଠୀ

30-04-2024 / 14:39:32

ମନଛୁଆଁ କବିତା

ମନିଷା ଶତପଥି

03-04-2024 / 06:04:25

ସୁନ୍ଦର ଉପସ୍ଥାପନା। ଧନ୍ୟବାଦ୍

ଅଶୋକ ପତି

03-04-2024 / 06:01:29

ଶିଶୁ ମନଛୁଆଁ କବିତା। ଅଭିନନ୍ଦନ

ଅଶୋକ କୁମାର ବେହେରା

03-04-2024 / 05:59:37

ଶିଶୁ ମନଲାଖି କବିତା। ଶୁଭେଚ୍ଛା ଓ ଅଭିନନ୍ଦନ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion