ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଗାଲୁରୁଗାଲୁ

ଲେଖା : ଡକ୍ଟର ରାଜକିଶୋର ପାଢୀ

ଚୁଟିଆମୂଷା ଓଳିଆ କାଟି
ଧାନ ନଉଟି ବୋହି
ପୁଷିମାଉସୀ ଚୂଲୀ ମୁଣ୍ଡରେ
ନିଦରେ ଗଲା ଶୋଇ ।
ଆମରି କୁନା ଶୋଇବ ତାକୁ
ମାଡ଼ିଆସୁଚି ହାଇ
ସରଗଶଶି କୁନା ଆଡ଼କୁ
ରହିଚି ଦେଖ ଚାହିଁ ।
କୁନା କହିଲା : ଆସିବ ମାମୁ
ଦେଖିବା ଯାତ ଯାଇ
ମାମୁ କହିଲେ : ଶୋଇପଡ଼ ତୁ
ଆଜି ମୋ ବେଳ ନାହିଁ ।
କାଲିଆଡ଼କୁ ଆସିବି ବାବୁ
ସାଂଗରେ ଥିବ ମାଇଁ
ପିଇଦେ ଆଉ ଟୋପିଏ କ୍ଷୀର
ଦେଇଚି କାଳୀ ଗାଈ ।
ଶୋଇପଡ଼ିବ ଏଥର କୁନା
ମାଡ଼ିଆସୁଚି ହାଇ
ମୋ ଧନମାଳି ଗାଲୁରୁଗାଲୁ
ଗୀତ ଦେଲାଣି ଗାଇ ।
ମାଆ କହିଲେ ଗପ ଗୋଟିଏ
ନାଆଁ ତା ଟୁଆଁ ଟୁଇଁ
ନିଦ ମାଉସୀ ଆଉଁଶି ଦେଲା
କାଉଁରୀ କାଠି ଛୁଇଁ ।

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

02-04-2024 / 20:18:47

ଆପଣଙ୍କ କବିତାର ସ୍ଵତନ୍ତ୍ରତା ନିଆରା। ଭଲ ଲାଗିଲା। ଧନ୍ୟବାଦ୍।

Dinabandhu poi

02-04-2024 / 20:18:09

ପିଲାଙ୍କୁ ଛୁଇଁଲା ଭଳି କବିତା ,

କୁଞ୍ଜବିହାରୀ ସାହୁ

02-04-2024 / 13:35:29

ବହୁତ ଭଲ ଲାଗିଲା । ସରଳ ଶବ୍ଦରେ ପିଲାଙ୍କୁ ବୁଝା ପଡ଼ିବା ଭଳି କବିତା

ଦୀନବନ୍ଧୁ କର

02-04-2024 / 10:56:14

ମନଛୁଆଁ କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion