ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ନାତି ଟୋକା ଥାଇ କହିଲା ଚିଲେଇ

ଲେଖା : ଧନଞ୍ଜୟ ସ୍ଵାଇଁ

ଧୋତି ପିନ୍ଧି ଜେଜେ
ଅଣ୍ଟାରେ ଖୋସିଲେ
ସୁଉକି ଗୋଟିଏ ଗଣି,
ଖବର କାଗଜ ପଢି ବସିଲେ
ଚଉକିଟିଏ ଟାଣି ।
ପଢୁ ପଢୁ ସେ ଢୁଳେଇ ହେଲେ
ସୁଉକି ଗଲା ପଡି ,
ଉଠି ପଡିଲେ ଯେବେ ସେ ଧୋତି
କୁଞ୍ଚ ସଜାଡି କରି ।
ରଖିଥିଲି ତା` ପିଇବାକୁ ଚା`
ଯାଇ ଗାଁ ମୁଣ୍ଡ ଛକ,
ଖୋଜି ଆଣିବାକୁ କହିଲେ ଆଈକୁ
କରି ସେ କଉତୁକ ।
ନାତି ଟୋକା ଥାଇ କହିଲା ଚିଲେଇ
କଣ ଖୋଜୁଛୁ ଆଈ,
ଜେଜେଙ୍କ ଚଉକି ତଳୁ ତା` ପାଇ ମୁଁ
କୁମ୍ପିରେ ରଖିଛି ନେଇ ।
ଗୋଟିଏ ଗୋଟିଏ ଟଙ୍କା ଜମା କଲେ
ହୁଅଇ କୋଟିଏ ଟଙ୍କା,
ଜେଜେ ପରା କହୁଥିଲେ ସଞ୍ଚେ ଯିଏ
ତା` ମନେ ନ ଥାଏ ଦକା ।
ଶୁଣି ଏ କଥାକୁ ଜେଜେ ଖୁସି ହେଲେ
ପଛ କଥା ଗଲେ ଭୁଲି,
କହିଲେ ବୁଦ୍ଧିରେ ନାତି ସଙ୍ଗେ ମୋର
କେହି ହେବେ ନାହିଁ ସରି ।

ଲେଖା ସମ୍ପର୍କୀୟ ମତାମତ

Dr Purusottam Dhal

05-04-2024 / 17:05:18

Very nice

BASANTA KUMAR SAMAL

04-04-2024 / 13:14:12

Very nice article

Lilipta kumar khuntia

03-04-2024 / 14:46:07

ଖୁବ ଭଲ ହେଇଛି ,ବେଶ ଶିକ୍ଷାୟୁକ୍ତ୍

ଜୟକୃଷ୍ଣ ସାହୁ

02-04-2024 / 20:31:41

କଵିତାଟି ସୁନ୍ଦର ଭାଵନା ଉପରେ ପର୍ଯ୍ୟବେଶିତ। ଭଲ ଲାଗିଲା। ଧନ୍ୟବାଦ୍।

କୁଞ୍ଜବିହାରୀ ସାହୁ

02-04-2024 / 13:23:01

ପୁରୁଣା କଥାକୁ ମନେ ପଡିଗଲା , ଆଜିକାଲିକା ପିଲା ଜାଣିବା ଦରକାର । ଭଲ ଲାଗିଲା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion