ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ମହତ କାମ

ଲେଖା : ବସିରନ ବିବି

ଘୂରି ପୃଥିବୀଟି ଆପଣ ଅକ୍ଷରେ
ସରଜଇ ଦିନ ରାତି,
ନିଜେ ଜଳି ଜଳି ତାରକା ତପନ
ବିତରୁ ଅଛନ୍ତି ଜ୍ଯୋତି ।
ତମସା ହରଣ ଦୀପର ଧରମ
ଜଳୁଥାଇ ନିରନ୍ତର,
ନିଜେ ଘୋରି ହୋଇ ଚନ୍ଦନ କାଷ୍ଠଟି
ଆନକୁ କରେ ଶୀତଳ ।
କର୍ଷଣ କଷଣ ସହି ମାଟି ମାଆ
ଫୁଲ ଫଳ ଉପୁଜାଏ,
ତାପ ପାଇ ଜଳ ବାଷ୍ପ ପାଲଟି
ମେଘମାଳ ସୃଜି ଦିଏ ।
ସବୁରି କଳୁଷ ଧୋଇ ଧାଇ ନେଇ
ବହିଯାଏ ସ୍ବଚ୍ଛ ନଈ,
ମହତ ଜନଙ୍କ ଏମନ୍ତ ବେଭାର
ଜଗତ କଲ୍ଯାଣ ପାଇଁ ।
ମହତ ପଦାଙ୍କ ଅନୁସରି ନିତି
କରହେ ମହତ କାମ,
ଭଲ ମଣିଷରେ ଗଣା ହେବ ତେବେ
ଜୀବନ ହୋଇବ ଧନ୍ଯ ।

ଲେଖା ସମ୍ପର୍କୀୟ ମତାମତ

Dr Purusottam Dhal

05-04-2024 / 17:19:40

ମହତ ଭାବନା ପାଇଁ ଧନ୍ୟବାଦ।

ଦୀନବନ୍ଧୁ କର

02-04-2024 / 20:54:13

ମନଛୁଆଁ କବିତା

Sanjukta parichha

02-04-2024 / 20:25:21

ବିଜ୍ଞାନଭିତ୍ତିକ ଲେଖାଟି ବଢିଆ ହୋଇଛି । ଶୁଭେଚ୍ଛା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion