^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ପରେଶ କୁମାର ପଟ୍ଟନାୟକ

ଜନ୍ମ ତାରିଖ ୧୯.୦୩.୧୯୬୦

ଠିକଣା : ଭୁବନେଶ୍ବର

ଫୋନ ନମ୍ବର : 9437000345

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ୟ ପରେଶ କୁମାର ପଟ୍ଟନାୟକଙ୍କ ଜନ୍ମଦିନ ମାର୍ଚ୍ଚ ୧୯ ତାରିଖରେ ପଡୁଛି । ତାଙ୍କର ଜନ୍ମସ୍ଥାନ ହେଉଛି ଅବିଭକ୍ତ ପୁରୀ ଜିଲ୍ଲାର (ଅଧୁନା ଖୋର୍ଦ୍ଧା ଜିଲ୍ଲା) ବାଣପୁର ଥାନା ଅନ୍ତର୍ଗତ ଖଜୁରିଆ (ପୋଷ୍ଟ: ଗମ୍ଭାରିମୁଣ୍ଡା) ଗ୍ରାମରେ । ସେ ଛାତ୍ର ଜୀବନରୁ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରିଆସୁଛନ୍ତି । ସେ ଶିଶୁ କିଶୋରମାନଙ୍କ ପାଇଁ ବାର ଖଣ୍ଡ ପୁସ୍ତକ ରଚନା କରିଛନ୍ତି, ତନ୍ମଧ୍ୟରୁ ନଅ ଖଣ୍ଡ ହେଉଛି ଉପନ୍ୟାସିକା । ଏତଦ ବ୍ଯତୀତ ଗଳ୍ପ ଓ ଉପନ୍ୟାସ ରଚନା କରି ଏଯାବତ ପଚିଶ ଖଣ୍ଡ ପୁସ୍ତକ ଓଡ଼ିଆ ବାଣୀ ଭଣ୍ଡାରକୁ ପ୍ରଦାନ କରିଛନ୍ତି । ସେ ୨୦୦୭ ମସିହାରେ ଉପନ୍ୟାସ ବିଭାଗରେ ଓଡିଶା ସାହିତ୍ଯ ଏକାଡେମି ପୁରସ୍କାର ଲାଭ କରିଛନ୍ତି । ଜନ୍ମ ଦିନରେ ଏକାଡେମୀ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଉଅଛୁ। ମହାପ୍ରଭୁଙ୍କ କରୁଣାରୁ ତାଙ୍କର ଜୀବନ ସୁଖମୟ ହେଉ। ଏତିକି ପ୍ରାର୍ଥନା।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

ପରେଶ ପଟ୍ଟନାୟକ

23-03-2024 / 11:29:46

ଜନ୍ମଦିନରେ ଶୁଭକାମନା ଜଣାଇଥିବା ଶୁଭେଚ୍ଛୁମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

Jayakrushna Sahu

02-03-2024 / 10:35:55

ନିଲୁ ! ତୁମ ଜୀବନରେ ଏହିପରି ଉତ୍ତରୋତ୍ତର ଉନ୍ନତି କରୁଥାଅ। ଏତିକି ମୋର କାମନା। ଜୟୀଭାଇ।

ବିଜୟ କୁମାର ଛାଟୋଇ

01-03-2024 / 17:59:22

ଆପଣଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛି

ଦେବେନ୍ଦ୍ର ଚୌଧୁରୀ

01-03-2024 / 16:14:45

ସ୍ଵନକ୍ଷତ୍ର ଦିବସର ଶୁଭେଚ୍ଛା ସାର୍ ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion