^ ^ଜନ୍ମଦିନର ଅନେକ ଅନେକ ଶୁଭକାମନା ^ ^
centered image
ପରିଚୟ

ଡକ୍ଟର ରମେଶ ପତ୍ରୀ

ଜନ୍ମ ତାରିଖ ୨୧/୦୪/୧୯୫୦

ଠିକଣା : ସୋନପୁର

ଫୋନ ନମ୍ବର : x

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ଯ ଡକ୍ଟର ରମେଶ ପତ୍ରୀଙ୍କର ଜନ୍ମ ୧୯୫୦ ମସିହା ଏପ୍ରିଲ୍ ୨୧ ତାରିଖ ରେ ସୋନପୁର ଜିଲ୍ଲା ତରଭାଠାରେ ହୋଇଥିଲା। ପିଲାଟି ଦିନରୁ ପିତା ଶ୍ରୀଯୁକ୍ତ ବୃନ୍ଦାବନ ପତ୍ରୀ ଏବଂ ମାତା ଶ୍ରୀମତୀ ସରସ୍ୱତୀ ପତ୍ରୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସାରସ୍ୱତ ସାଧନାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କର ଏକଶହରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ସେ ନିଜର କର୍ମମୟ ଜୀବନରେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଲାଭ କରିଛନ୍ତି ରାଷ୍ଟ୍ରପତି ପୁରସ୍କାର। ସାରସ୍ୱତ ସାଧନାରେ ଲାଭ କରିଛନ୍ତି ଅନେକ ଜାତୀୟ ପୁରସ୍କାର। ପାଇଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ଆଜି ୭୫ ତମ ଜନ୍ମ ଦିନରେ ତାଙ୍କୁ ଅନେକ ଅଭିନନ୍ଦନ। ଆମେ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ । ଶ୍ରୀଯୁକ୍ତ ପତ୍ରୀଙ୍କର ଏକଶହରୁ ଅଧିକ ପୁସ୍ତକ ପ୍ରକାଶିତ।

ମିଳିଥିବା ଶୁଭେଚ୍ଛା ବାର୍ତ୍ତା

କୁମାର ସୁଧୀରଜୀ

14-04-2025 / 12:26:02

ପତ୍ରୀ ଆଜ୍ଞା ! ହରିଃଓଁ ପ୍ରଣାମ। ଶତାୟୁ ହୁଅନ୍ତୁ। ଏଇ ଜନମ ଦିନ ଶୁଭ ଜନମ ଦିନ ଦିଅଁ ଚରଣେ ଜଣାଣ କରେ ଆସୁ ଶତେକ ଦିନ। ଶିଶୁ ଲେଖାରେ ସମୟ ବିତୁ ବ୍ରତତୀ ମନ ସବୁରି ଜିତୁ ହସନ୍ତୁ ପ୍ରତି କ୍ଷଣ ଏଇ ଜନମ ଦିନ ଶୁଭ ଜନମ ଦିନ।।

8328939033

02-04-2024 / 11:50:15

ଜନ୍ମଦିନ ର ଶୁଭେଚ୍ଛା ସାର୍ । ଆପଣ ଆମର ଆଦର୍ଶ।

ପ୍ରିୟ ଲେଖକ/ ଲେଖିକାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion