ଗଣିତ କୁହୁକ

ଉତ୍ତର ଶେଷ ତାରିଖ ପୂର୍ବରୁ ପଠାନ୍ତୁ । ବିଜଯୀଙ୍କୁ ମିଳିବ ପୁରସ୍କାର ଆକାରରେ ଶିଶୁକିଶୋର ଉପଯୋଗୀ ଏକ ପୁସ୍ତକ ।

( ପ୍ରଶ୍ନୋତ୍ତର ଶିଶୁ କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ - ୧୬ ବର୍ଷରୁ କମ ବୟସର ପ୍ରତିଯୋଗୀ ଅଂଶ ଗ୍ରହଣ କରନ୍ତୁ )

Image

ପ୍ରଶ୍ନ -୧୪

ରାମ ଓ ଶ୍ଯାମ ଗୋଟିଏ ନୂଆ ଖେଳ ଖେଳୁଥିଲେ । କାନ୍ଥରେ ଲଗା ଯାଇଥିଲା କେତେ ଗୁଡିଏ ବେଲୁନ । ଖେଳର ନିୟମ ଅନୁସାରେ ରାମ ବେଲୁନକୁ ଲକ୍ଷ୍ୟ କରି ଗୋଟିଏ ତୀର ଫୋପାଡିବ। ଯଦି ଲକ୍ଷ୍ୟ ଭେଦ ହୁଏ ଓ ବେଲୁନଟିଏ ଫାଟି ଯାଏ, ତେବେ ରାମକୁ ଶ୍ଯାମ ୫୦ ଟଙ୍କା ଦେବ। ଯଦି ଲକ୍ଷ୍ୟ ଭ୍ରଷ୍ଟ ହୁଏ ତେବେ ରାମ ଶ୍ଯାମକୁ ୧୦ ଟଙ୍କା ଦେବ । ରାମ ତିରିଶ ଥର ତୀର ଫୋପାଡିବା ପରେ ଖେଳ ଶେଷ ହେଲା । ଖେଳ ଶେଷରେ ଦେଖାଗଲା ଯେ ରାମ କିଛି ବି ଆୟ କରିପାରି ନାହିଁ । ଅର୍ଥାତ ତା ପାଖରେ କିଛି ଟଙ୍କା ନାହିଁ । ପ୍ରଶ୍ନ ହେଲା ରାମ କେତେଥର ଲକ୍ଷ୍ୟ ଭେଦ କରିଥିଲା?
∎ ଉତ୍ତର ପଠାଇବାର ଶେଷ ତାରିଖ ୩୦.୦୬.୨୦୨୫

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ-13

ଗୋଟିଏ ଦୋକାନରେ ୫୦ ଟି ଚକଲେଟ ବାର ଥିଲା। ଚକଲେଟର ମୋଟ ଓଜନ ଥିଲା ୧୦ କିଲୋଗ୍ରାମ । ସେ ଗୁଡିକ କିନ୍ତୁ ଭିନ୍ନଭିନ୍ନ ଓଜନର ଥିଲା । ୧୦୦ ଗ୍ରାମ, ୨୦୦ ଗ୍ରାମ ଓ ୩୦୦ ଗ୍ରାମ ଓଜନର ଏହି ଚକଲେଟ ସବୁକୁ ଦୋକାନୀ ପିଲାମାନଙ୍କୁ ବାନ୍ଟି ଦେବାକୁ ଇଚ୍ଛା କଲା, ଯେମିତିକି ସବୁ ପିଲା ସମାନ ଓଜନର ଚକଲେଟ ପାଇବେ । ଚକଲେଟ ବନ୍ଟା ହେବାପରେ ଦେଖାଗଲା ଯେ ଗୋଟିଏ ଚକଲେଟ ବଳକା ରହିଯାଇଛି । ଯଦି ୧୦୦ ଗ୍ରାମ ଓଜନର ୪ଟି ଚକଲେଟ ବାର ଥିଲା, ତେବେ ୨୦୦ ଗ୍ରାମ ଓ ୩୦୦ ଗ୍ରାମ ଓଜନର କେତୋଟି ଚକଲେଟ ବାର ଥିଲା ?
∎ ଉତ୍ତର : ବିଗତ ସଂଖ୍ୟା ଗଣିତ କୁହୁକ ପ୍ରଶ୍ନରେ ସାମାନ୍ଯ ଭୁଲ ଥିଲା । ଦୋକାନୀ ପାଖରେ ୧୦୦ ଗ୍ରାମର ୪ଟି ନୁହେଁ ୨୩ଟି ଚକଲେଟ ବାର ଥିଲା । ∎ ଉତ୍ତର ଆଉଥରେ ପଠାଇବାକୁ ଅନୁରୋଧ । ଶେଷ ତାରିଖ ୩୦.୦୬.୨୦୨୫

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ-12

ରାନୀ ଓ ମିନି ଦୁଇ ଭଉଣୀ । ସେମାନଙ୍କର ଜନ୍ମ ତାରିଖ ଓ ମାସ ଏକା କିନ୍ତୁ ମସିହା ଅଲଗା । ସେମାନଙ୍କର ଜନ୍ମଦିନ ଏକା ଦିନରେ ପାଳନ କରାଯାଏ । ଏଥରକ ତାଙ୍କର ଜନ୍ମଦିନ ପାଳନ ହେଉଥିଲା । ସାଙ୍ଗମାନେ ଆସିଥିଲେ । ଜଣେ ସାଙ୍ଗ ପଚାରିଲା, ତମ ଦୁଇଜଣଙ୍କୁ ଏବେ କେତେ ବର୍ଷ ବୟସ ହେଲା? ରାନୀ କହିଲା, ଦଶ ବର୍ଷ ତଳେ ଆମ ଦୁଇଜଣଙ୍କ ବୟସ ଯାହା ଥିଲା, ତାକୁ ମିଶେଇ ଦେଲେ ହେବ ଆଜି ମୋର ବୟସ । ମିନି କହିଲା, ଚାରି ବର୍ଷ ପରେ ଆମର ବୟସ ଯେତିକି ହେବ, ତାକୁ ମିଶେଇ ଅଧା କରିଦେଲେ, ମୋର ଆଜିର ବୟସ ସହିତ ସମାନ ହେବ । ଏବେ ପ୍ରଶ୍ନ ହେଉଛି, ସେମାନଙ୍କର ବୟସ କେତେ?
∎ ଉତ୍ତର – ରାନୀର ବୟସ - ୧୨ ମିନିର ବୟସ - ୨୦
ଠିକ ଉତ୍ତର ଦେଇଛନ୍ତି :
ଦିବ୍ୟାଂଶ ମହାନ୍ତି, ଭୁବନେଶ୍ୱର

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ : ପ୍ରଶ୍ନ -11

ବାବୁଲା ଘର ଅନେକ ନଡିଆ ଗଛ ଅଛି । ତାଙ୍କର ନଡିଆ ତୋଳା ହେଉଥିଲା । ଯେତିକି ନଡିଆ ତୋଳା ହେଲା ତାହା ଘରେ ରଖାହେଲା । ବାବୁଲାର ବାପା ବାବୁଲାକୁ ଦାୟିତ୍ଵ ଦେଇଥିଲେ ନଡିଆ ଗଣିବା ପାଇଁ । ବାବୁଲା ନଡିଆ ଗଣି ଗୋଟେ କାଗଜରେ ଲେଖି ବାପାଙ୍କୁ ଦେଲା । ବାବୁଲା ଟିକେ ଭୁଲାମନ ପିଲା । ତେଣୁ ସେ ଲେଖିଲା ବେଳେ ଭୁଲରେ ଗଣତି ସଂଖ୍ୟାରୁ ଶେଷ ଅଙ୍କଟି ଲେଖି ନ ଥିଲା । ବାପା ନିଜେ ଆସି ଗଣତି କରି ଦେଖିଲେ ଯେ ବାବୁଲା ଲେଖିଥିବା ସଂଖ୍ୟାଠାରୁ ପ୍ରକୃତ ନଡିଆ ସଂଖ୍ୟା ୮୯ ଅଧିକ । ଏବେ ପ୍ରଶ୍ନ ହେଉଛି ପ୍ରକୃତ ନଡିଆ ସଂଖ୍ୟା କେତେ ଓ ବାବୁଲା କେତେ ଲେଖିଥିଲା?
∎ ଉତ୍ତର – ସେଦିନ ୯୮ ଟି ନଡିଆ ତୋଳା ହୋଇଥିଲା । କିନ୍ତୁ ବାବୁଲା ତାର ଭୁଲାମନ ଗୁଣରୁ କେବଳ ୯ ଲେଖିଥିଲା , ଯାହା ପ୍ରକୃତ ସଂଖ୍ୟା ଠାରୁ ୮୯ କମ ।

ଠିକ ଉତ୍ତର ଦେଇଛନ୍ତି :
ଦିବ୍ୟାଂଶ ମହାନ୍ତି, ଭୁବନେଶ୍ୱର

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ : ପ୍ରଶ୍ନ -10

ଗଣିତ କୁହୁକ : ପ୍ରଶ୍ନ -10
ମିନିର ଜନ୍ମଦିନ ପାଳନ ହେଉଥିଲା ଜାନୁୟାରୀ ୨୦୦୯ ମସିହାରେ । ସେତିକିବେଳେ ଜଣା ପଡିଲା ଯେ ମିନିର ଜନ୍ମ ଯେଉଁ ମସିହାରେ , ସେଇ ମସିହାର ଅଙ୍କ ଗୁଡିକୁ ମିଶାଇଦେଲେ ଯେଉଁ ସଂଖ୍ୟା ହେବ, ୨୦୦୯ ମସିହାକୁ ତାକୁ ସେତିକି ବର୍ଷ ବୟସ ହେଉଛି । ପ୍ରଶ୍ନ ହେଉଛି ମିନି କେଉଁ ମସିହାରେ ଜନ୍ମ ହୋଇଥିଲା ?
ଉତ୍ତର – ମିନି ୧୯୯୦ ମସିହାରେ ଜନ୍ମ ହୋଇଥିଲା । ତାର ଜନ୍ମ ବର୍ଷର ଅଙ୍କଗୁଡିକ ମିଶାଇଲେ ୧୯ ଓ ୨୦୦୯ ମସିହାକୁ ତାକୁ ୧୯ ବର୍ଷ ହେଉଛି । ଠିକ ଉତ୍ତର ଦେଇଛନ୍ତି :
ଦିବ୍ୟାଂଶ ମହାନ୍ତି, ଭୁବନେଶ୍ୱର

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ : ପ୍ରଶ୍ନ -୯

ଶ୍ଯାମ ବହି ଖାତା କିଣିବାକୁ ବଜାରକୁ ଗଲା। ତାର ଆଠଟି ବହି ଓ ଆଠଟି ଖାତା କିଣିବାର ଥିଲା । ଖାତାର ଦାମ ବହି ଦାମର ଅଧା ଥିଲା । ସେ ଦେଖିଲା, ଯଦି ଆଠଟି ବହି ଓ ସାତଟି ଖାତା କିଣୁଛି ତେବେ ତା ପାଖରେ ତିନି ଟଙ୍କା ନିଅଣ୍ଟ ପଡୁଛି । ଯଦି ସାତଟି ବହି ଓ ଆଠଟି ଖାତା କିଣୁଛି ତେବେ ତିନି ଟଙ୍କା ବଳି ପଡୁଛି । ପ୍ରଶ୍ନ ହେଉଛି ତା ପାଖରେ କେତେ ଟଙ୍କା ଥିଲା?
ଉତ୍ତର – ଶ୍ଯାମ ପାଖରେ ୧୩୫ ଟଙ୍କା ଥିଲା । ଠିକ ଉତ୍ତର ଦେଇଛନ୍ତି :
ମାନସ ସାସମଲ, ଗୁଣୁପୁର, ରାୟଗଡ଼ -୭୬୫୦୨୨

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ : ପ୍ରଶ୍ନ -୮

ଗୋଟିଏ ହୋଟେଲରେ ଉପର ମହଲାରେ କିଛି ବଡ କୋଠରୀ ଥିଲା । ଏବଂ ପ୍ରତ୍ଯେକ କୋଠରୀରେ ୪୭ ଜଣ ଲୋକ ରହିପାରୁଥିଲେ । ଠିକ ସେହିପରି ତଳ ମହଲାରେ କିଛି କୋଠରୀ ଥିଲା ଓ ପ୍ରତ୍ଯେକ କୋଠରୀରେ ୧୯ ଜଣ ଲୋକ ରହିପାରୁଥିଲେ । ସବୁଯାକ କୋଠରୀରେ ଲୋକ ଭର୍ତି ହୋଇ ରହିଥିଲେ । ଦେଖାଗଲା ଯେ ସର୍ବମୋଟ ୫୦୦ ଜଣ ଲୋକ ହୋଟେଲରେ ଅଛନ୍ତି । ପ୍ରଶ୍ନ ହେଲା ଉପର ମହଲାରେ କେତୋଟି କୋଠରୀ ଥିଲା ଓ ତଳ ମହଲାରେ କେତୋଟି କୋଠରୀ ଥିଲା?
ଉତ୍ତର – ଉପର ମହଲାରେ ୭ଟି କୋଠରୀ ଥିଲା ଓ ତଳ ମହଲାରେ ୯ ଟି କୋଠରୀ ଥିଲା ।
ଠିକ ଉତ୍ତର ଦେଇଛନ୍ତି :
ମାନସ ସାସମଲ, ଗୁଣୁପୁର, ରାୟଗଡ଼ -୭୬୫୦୨୨

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ : ପ୍ରଶ୍ନ -୭

ସ୍କୁଲର ଗୋଟିଏ ଶ୍ରେଣୀରେ ପାଠ ପଢୁଥିବା ପିଲାମାନଙ୍କର ହାରାହାରି ବୟସ ଥିଲା ୧୧ । ଶିକ୍ଷକଙ୍କ ବୟସ ମିଶାଇ ଦେଲେ ହାରାହାରି ବୟସ ହୋଇଯାଉଥିଲା ୧୩ । ଯଦି ଶିକ୍ଷକଙ୍କ ବୟସ ୪୩, ତେବେ ଶ୍ରେଣୀରେ କେତେଜଣ ପିଲା ଥିଲେ ?
ଉତ୍ତର – ସ୍କୁଲରେ ୧୫ ଜଣ ପିଲା ଥିଲେ ।
ଠିକ ଉତ୍ତର ଦେଇଛନ୍ତି :
∎ମାନସ ସାମଲ, ଗୁଣୁପୁର, ରାୟଗଡ଼ -୭୬୫୦୨୨
∎ଦିବ୍ୟାନ୍ଶ ମହାନ୍ତି, ଭୁବନେଶ୍ବର

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ : ପ୍ରଶ୍ନ -୬

ଗଣିତ କୁହୁକ : ପ୍ରଶ୍ନ -୬
ଜନଗଣନା ହେଉଥିଲା । ଜନଗଣନା କର୍ମଚାରୀ ଜଣକ ଘରେ ଯାଇ ଦେଖିଲା, ତିନୋଟି ପିଲାଙ୍କୁ ଚାକରାଣୀ ଖେଳାଉଛି । ସେ ତିନି ଛୋଟ ପିଲାଙ୍କ ବୟସ ପଚାରିଲା । ଚାକରାଣୀ କହିଲା ସେମାନଙ୍କ ଭିତରେ ବୟସର ଅନ୍ତର ଛ ବର୍ଷ କିନ୍ତୁ ତାଙ୍କ ବୟସ ମିଶିଲେ ମୋ ବୟସ ସହିତ ସମାନ । କର୍ମଚାରୀ ପଚାରିଲା, ତୁମର ବୟସ କେତେ? ଚାକରାଣୀ କହିଲା, ଜେଜେବାପାଙ୍କ ଠାରୁ ମୁଁ ୭୦ ବର୍ଷ ସାନ । କର୍ମଚାରୀ ପଚାରିଲା, ଜେଜେବାପାଙ୍କ ବୟସ କେତେ? ଚାକରାଣୀ କହିଲା, ଏ ତିନି ପିଲାଙ୍କ ବୟସ ଗୁଣିଲେ ଜେଜେବାପାଙ୍କ ବୟସ । ପ୍ରଶ୍ନଟି ହେଲା ଏହି ତିନି ପିଲାଙ୍କ ବୟସ କେତେ?
ଉତ୍ତର – ତିନି ପିଲାଙ୍କ ବୟସ ଯଥାକ୍ରମେ ୧, ୭ ଏବଂ ୧୩
ଠିକ ଉତ୍ତର ଦେଇଛନ୍ତି :
∎ମାନସ ସାମଲ, ଗୁଣୁପୁର, ରାୟଗଡ଼ -୭୬୫୦୨୨

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ : ପ୍ରଶ୍ନ -୫

ଗୋଟିଏ ପଡିଆରେ କିଛି ପାରା ଆଉ କିଛି ବଣି ବସିଥିଲେ । ଖୁଣ୍ଟିଖୁଣ୍ଟି ଦାନା ଖାଉଥିଲେ । ପାରାଙ୍କ ସଂଖ୍ୟା ବଣି ସଂଖ୍ୟା ଠାରୁ ୫ ଅଧିକ ଥିଲା । ଏତିକି ବେଳେ ଗୋଟିଏ ଶିକାରୀ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଲା। ଗୁଳିରେ ୭ଟି ପକ୍ଷୀ ମରିଗଲେ । ଅବଶିଷ୍ଟ ପକ୍ଷୀ ଉଡି ଚାଲିଗଲେ । ପରଦିନ ସେହି ପକ୍ଷୀମାନେ ଫେରିଆସି ପଡିଆରେ ବସିଥିଲେ । ସେମାନଙ୍କୁ ଗଣତି କରିବାରୁ ଜଣା ପଡିଲା ଯେ, ପାରା ସଂଖ୍ୟା ପୂର୍ବ ଦିନର ସଂଖ୍ଯାର ଆଠ ଭାଗରୁ ସାତ ଭାଗ ଥିଲା । ସେହିପରି ବଣିଙ୍କ ସଂଖ୍ୟା ପୂର୍ବ ଦିନ ସଂଖ୍ଯାର ନଅ ଭାଗରୁ ଆଠ ଭାଗ ଥିଲା । ଏବେ ପ୍ରଶ୍ନଟି ହେଲା ପ୍ରଥମ ଦିନ କେତୋଟି ପାରା ଆଉ କେତୋଟି ବଣି ପଡିଆରେ ବସିଥିଲେ?
ଉତ୍ତର – ପାରାଙ୍କ ସଂଖ୍ୟା – ୩୨ ଓ ବଣିଙ୍କ ସଂଖ୍ୟା -୨୭ ଥିଲା । ମୋଟ ସଂଖ୍ୟା – ୫୯ ସେଥିରୁ ସାତଟି ମରିଗଲା ପରେ ସେମାନଙ୍କ ସଂଖ୍ୟା ହେଲା ୫୨ । ପରଦିନ ପାରା ଆସିଲେ ୨୮ ଓ ବାଣି ଆସିଲେ ୨୪ ।
ଠିକ ଉତ୍ତର ଦେଇଛନ୍ତି :
∎ଦିବ୍ୟାନ୍ଶ ମହାନ୍ତି, ଭୁବନେଶ୍ବର ଗଣିତ କୁହୁକ : ପ୍ରଶ୍ନ -୬

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ: ପ୍ରଶ୍ନ -୪

ରାମ, ଶ୍ଯାମ ଓ ଦାମ ତିନି ଭାଇ । ସେମାନଙ୍କ ବୟସ ମଧ୍ୟରେ ବଯସର ଅନ୍ତର ମାତ୍ର ତିନି ବର୍ଷ । ଅର୍ଥାତ ରାମ ଶ୍ଯାମ ଠାରୁ ତିନି ବର୍ଷ ବଡ ଓ ଶ୍ଯାମ ଦାମ ଠାରୁ ତିନି ବର୍ଷ ବଡ । ଏବେ ସେମାନଙ୍କର ତିନିଜଣଙ୍କର ବୟସ ମିଶି ଯେତେ, ଏକୋଇଶ ବର୍ଷ ପରେ ତାହା ହେବ ଦୁଇଗୁଣ । ଏବେ କୁହ ରାମ, ଶ୍ଯାମ ଓ ଦାମଙ୍କର ବୟସ କେତେ?
ଉତ୍ତର – ରାମର ବୟସ -୨୪ ବର୍ଷ, ଶ୍ଯାମର ବୟସ -୨୧ ବର୍ଷ ଓ ଦାମର ବୟସ -୧୮ ବର୍ଷ
ଏବେ ସେମାନଙ୍କ ବୟସ ମିଶି -୬୩ । ୨୧ ବର୍ଷ ପରେ ସେମାନଙ୍କ ବୟସ ହେବ ଯଥାକ୍ରମେ ୪୫, ୪୨, ୩୯ ଓ ସେମାନଙ୍କ ବୟସ ମିଶି ହେବ ୧୨୬
କେହି ଠିକ ଉତ୍ତର ଦେଇ ପାରିନାହାନ୍ତି

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ : ପ୍ରଶ୍ନ -୩

ବାବୁଲା ତାର ସାଙ୍ଗମାନଙ୍କୁ ନେଇ ତୋଟାକୁ ଯାଇଥିଲା । ତୋଟାରେ ସେମାନେ ଆମ୍ବ ପାଚି ଥିବାର ଦେଖିଲେ । ସାଙ୍ଗମାନେ କହିଲେ, ଆମେ ଆମ୍ବ ଖାଇବୁ। ବାବୁଲା କହିଲା, ହଉ । ସେ ଆମ୍ବ ଗଛରେ ଚଢିଲା । ଜଣକୁ ତିନୋଟି ଲେଖାଏଁ ହିସାବରେ ଆମ୍ବ ତୋଳିଲା । ସେ ଗଛରୁ ତଳକୁ ଓଲ୍ହାଇବାକୁ ଯାଉଛି, ଦେଖିଲା ଆଉ ଦୁଇଜଣ ସାଙ୍ଗ ଆସି ଗଲେଣି । ସେ ଦେଖିଲା, ତୋଳିଥିବା ଆମ୍ବଗୁଡିକ ସାଙ୍ଗମାନଙ୍କ ଭିତରେ ସମାନ ଭାବରେ ବାନ୍ଟି ହେବ ନାହିଁ । ତେଣୁ ସେ ଆଉ ଗୋଟିଏ ଆମ୍ବ ତୋଳିଲା ଓ ଏବେ ତାହା ସମାନ ଭାବରେ ସାଙ୍ଗମାନଙ୍କ ଭିତରେ ବାନ୍ଟି ହେଉଥିଲା । ଏବେ ପ୍ରଶ୍ନଟି ହେଉଛି ସେମାନେ ପ୍ରଥମେ କେତେଜଣ ସାଙ୍ଗ ତୋଟା ବୁଲିବାକୁ ଯାଇଥିଲେ ?
ଉତ୍ତର – ୩ ଜଣ
ଠିକ ଉତ୍ତର ଦେଇଛନ୍ତି :
∎ଦିବ୍ୟାନ୍ଶ ମହାନ୍ତି, ଭୁବନେଶ୍ବର

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ : ପ୍ରଶ୍ନ -୨

ଜଣେ ସ୍କୁଲ ପରିଦର୍ଶକ ପରୀକ୍ଷା କେନ୍ଦ୍ର ପରିଦର୍ଶନରେ ଗଲେ । ପରୀକ୍ଷା ହଲ ଗୁଡିକ ଯଦିଓ ଗୋଟିଏ କ୍ୟାମ୍ପସ ଭିତରେ ଥିଲା, ସେଗୁଡିକ ପରସ୍ପରଠାରୁ କୋଡିଏ ଫୁଟ ଦୂରତାରେ ଥିଲା । ପ୍ରଥମ ନମ୍ବର ପରୀକ୍ଷା ହଲରୁ ବାହାରି ତିରିଶ ନମ୍ବର ପରୀକ୍ଷା ହଲ ପାଖରେ ପହଞ୍ଚିବାକୁ ତାଙ୍କୁ ୫୮ ମିନିଟ ଲାଗିଲା । ଷାଠିଏ ନମ୍ବର ପରୀକ୍ଷା ହଲ ନିକଟରେ ପହଞ୍ଚିବାକୁ ତାଙ୍କୁ କେତେ ସମୟ ଲାଗିବ?

ଉତ୍ତର – ୧୧୮ ମିନିଟ ବା ଏକ ଘଣ୍ଟା ଅଠାବନ ମିନିଟ

ଠିକ ଉତ୍ତର ଦେଇଛନ୍ତି :
∎ଦିବ୍ୟାନ୍ଶ ମହାନ୍ତି, ଭୁବନେଶ୍ବର

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।

Image

ଗଣିତ କୁହୁକ : ପ୍ରଶ୍ନ -୧

ଗୋଟିଏ ମିଠା ଦୋକାନରେ ଅନେକ ପ୍ରକାର ମିଠା ମିଳୁଥିଲା । ଏହି ପ୍ରଶ୍ନଟି ତିନୋଟି ମିଠାକୁ କେନ୍ଦ୍ର କରି । ସେଗୁଡିକ ହେଲା ରସଗୋଲା, ଗୋଲାପଜାମୁ ଓ ଲଡୁ । ଗୋଟିଏ ରସଗୋଲା, ଗୋଟିଏ ଗୋଲାପଜାମୁ ଓ ନଅଟି ଲଡୁର ମୋଟ ଦାମ ହେଉଛି ୩୬ ଟଙ୍କା । ଦୁଇଟି ରସଗୋଲାର ଦାମ ଗୋଟିଏ ଗୋଲାପଜାମୁ ଓ ୪ ଟି ଲଡୁର ଦାମ ସହିତ ସମାନ । ଏବେ କୁହ ଏହି ସବୁ ମିଠା, ଯଥା ରସଗୋଲା, ଗୋଲାପଜାମୁ ଓ ଲଡୁ , କାହାର ଦାମ କେତେ?

ଉତ୍ତର- ରସଗୋଲା- ୭ ଟଙ୍କା , ଗୋଲାପଜାମୁ – ୨ ଟଙ୍କା ଓ ଲଡୁ -୩ ଟଙ୍କା
ଠିକ ଉତ୍ତର ଦେଇଛନ୍ତି :
∎ଦିବ୍ୟାନ୍ଶ ମହାନ୍ତି, ଭୁବନେଶ୍ବର
∎ଅନ୍ବେଷା ଦାସ, କୋରାପୁଟ

 

ଉତ୍ତର ପଠାଇବାର ଠିକଣା - shishukishora@gmail.com. ନିଜର ଡାକ ଠିକଣା (ପିନ କୋଡ ସହିତ) ଏବଂ ଫୋନ ନମ୍ବର ବି ଲେଖନ୍ତୁ ।