ଓଡିଶା ଶିଶୁ କିଶୋର ସାହିତ୍ଯ ଏକାଡେମି ଖବର

Image

୨୪.୦୮.୨୦୨୫

ତୃତୀୟ ବାର୍ଷିକ ଉତ୍ସବ

ଶିଶୁକିଶୋର ସାହିତ୍ୟ ଏକାଡେମି ଓଡିଶାର ତୃତୀୟ ବାର୍ଷିକ ଉତ୍ସବ ମହା ସମାରୋହରେ ଚବିଶ ଅଗଷ୍ଟ ଦୁଇ ହଜାର ପଚିଶି ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡିଶା ସାହିତ୍ୟ ଏକାଡେମି ଆନୁକୂଲ୍ୟରେ ଆୟୋଜିତ ଏ ଉତ୍ସବ ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଥିଲା। ଏ ଉତ୍ସବରେ ଉଦ୍ ଘାଟକ ଭାବରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ମହେଶ୍ଵର ମହାନ୍ତି ଯୋଗ ଦେଇଥିଲେ। ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଶିଶୁକିଶୋର ସାହିତ୍ୟ ଏକାଡେମିର ସଭାପତି ଶ୍ରୀ ଦାଶ ବେନହୁର। ସମ୍ମାନନୀୟ ଅତିଥି ହୋଇଥିଲେ ସମ୍ପାଦକ ବୀରେନ୍ଦ୍ର ମହାନ୍ତି। ଏହି ଅଧିବେଶନରେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓଡିଶା ସାହିତ୍ୟ ଏକାଡେମିର ସଚିବ ଡକ୍ଟର ଚନ୍ଦ୍ର ଶେଖର ହୋତା ଓ ଧନ୍ୟବାଦ ଅର୍ପଣ କରିଥିଲେ ସହ ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳ ସିଂହ। ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମିର ବାଲ ସାହିତ୍ୟ ପୁରସ୍କାର ଓ ଏ ବର୍ଷର ଓଡିଶା ବିଜ୍ଞାନ ଏକାଡେମି ପୁରସ୍କାର ବିଜେତା ଲେଖକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁ କିଶୋର ସାହିତ୍ୟ ଏକାଡେମିର ଇ-ପତ୍ରିକାରେ ଲେଖୁଥିବା ଓ ଚିତ୍ର ଆଙ୍କୁଥିବା ଶିଶୁ ପ୍ରତିଭାମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।
ଦ୍ଵିତୀୟ ଅଧିବେଶନରେ “ଓଡିଆ ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଶିଶୁ ସାହିତ୍ୟର ଭୂମିକା” ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ ଡକ୍ଟର ଅରବିନ୍ଦ ପଟ୍ଟନାୟକ, ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ, ଡକ୍ଟର ମନୀନ୍ଦ୍ର ମହାନ୍ତି ଓ ଶ୍ରୀ ବୀରେନ୍ଦ୍ର କୁମାର ସାମନ୍ତରାୟ। ଆଲୋଚକ ଭାବରେ ଯୋଗ ଦେଲେ ଡକ୍ଟର ଆଶୁତୋଷ ଦେବତା, ଇଂ.ମାୟାଧର ସ୍ଵାଇଁ, ଶ୍ରୀ ଧନଞ୍ଜୟ ସ୍ଵାଇଁ, ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଡ.ନମିତା ମହାନ୍ତି, ଡ.କମଳାକାନ୍ତ ଜେନା ଓ ଶ୍ରୀ ପରେଶ କୁମାର ପଟ୍ଟନାୟକ। ସଭାପତିତ୍ଵ କରିଥିଲେ ଶିଶୁକିଶୋର ସାହିତ୍ୟ ଏକାଡେମିର ଉପ ସଭାପତି ଶ୍ରୀ ମହେନ୍ଦ୍ର କୁମାର ମଲ୍ଲିକ।
ଅପରାହ୍ନ ଅଧିବେଶନରେ ଶିଶୁ କବିତା ପାଠ କରା ଯାଇଥିଲା। ଏହି ଅଧିବେଶନରେ ଅତିଥି ଭାବରେ ଯୋଗ ଦେଇଥିଲେ ଡ.ଲିଙ୍ଗରାଜ ରଥ, ଡ. ବିଜୟା ପାତ୍ର, ଶ୍ରୀ ଶରତ କୁମାର ନାୟକ ଓ ଶ୍ରୀମତି ହରିପ୍ରିୟା ପଟ୍ଟନାୟକ। କବିତା ସଂଯୋଜନା କରିଥିଲେ ଡ. ପ୍ରବୀଣା ପରିଡା, ଶ୍ରୀ ହରିହର ଶୁକ୍ଳ, ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ଓ ଶ୍ରୀମତୀ କଳ୍ପନା ମିଶ୍ର। ଅଧିବେଶନରେ ସଭାମୁଖ୍ୟ ଭାବରେ ଯୋଗ ଦେଇଥିଲେ ଡ.ଶରତ କୁମାର ବିଶ୍ଵାଳ।
ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଶିଶୁ ସାହିତ୍ୟିକ ଯୋଗ ଦେଇଥିଲେ ଓ କବିତା ପାଠ କରିଥିଲେ।

 

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

Image

ତା ୨୬.୦୮.୨୦୨୪

ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ

ପିଲାଙ୍କ ସାହିତ୍ୟ ଉଭୟ ଆନନ୍ଦ ଓ ଦାୟିତ୍ବର ସାହିତ୍ୟ
ଶିଶୁ କିଶୋର ସାହିତ୍ୟ ଏକାଡେମୀ, ଓଡିଶାର ଦ୍ୱିତୀୟ ବାର୍ଷିକ ଉତ୍ସବ ପବିତ୍ର ଜନ୍ମାଷ୍ଟମୀ ତିଥିରେ ତା୨୬/୮/୨୦୨୪ରିଖ ସୋମବାର ଦିନ ଜିଲ୍ଲା ସଂସ୍କୃତି ଭବନ ପୁରୀଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଏକାଡେମୀର ମାନନୀୟ ସଭାପତି ଶ୍ରୀଯୁକ୍ତ ଦାଶ ବେନହୁରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ, ମୁଖ୍ଯ ଅତିଥି, ଡକ୍ଟର ମନୀନ୍ଦ୍ର ମହାନ୍ତି ଏବଂ ଶ୍ରୀଯୁକ୍ତ ବୀରେନ୍ଦ୍ର ସାମନ୍ତରାୟ ସମ୍ମାନୀତ ଅତିଥି ଭାବେ ଯୋଗ ଦାନ କରି କହିଲେ ଯେ ପିଲାଙ୍କ ସାହିତ୍ୟ ଉଭୟ ଆନନ୍ଦ ଓ ଦାୟିତ୍ୱର ସାହିତ୍ୟ। ବଡଙ୍କ ସାହିତ୍ୟ ଅପେକ୍ଷା ପିଲାଙ୍କ ସାହିତ୍ୟ କଷ୍ଟସାଧ୍ଯ ସାହିତ୍ୟ। ଏହା ସ୍ୱଛ ଏବଂ ନିର୍ମଳ । ପାଣି ପରି ସୁନ୍ଦର।
ଉତ୍ସବ ପ୍ରାରମ୍ଭରେ ଶ୍ରୀ ସତ୍ୟନାରାୟଣ ମିଶ୍ର ଅତିଥି ମାନଙ୍କୁ ମଂଚ ଆବାହନ କରିଥିବାବେଳେ ଡକ୍ଟର ହେମନ୍ତ ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏକାଡେମୀର ସାଧାରଣ ସଂପାଦକ ବୀରେନ୍ଦ୍ର ମହାନ୍ତି ସଂପାଦକୀୟ ପାଠ କରି ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ମଂଚ ପରିଚାଳନା କରିଥିଲେ ଗାଳ୍ପିକ ତଥା ଏକାଡେମୀର ସଂସ୍କୃତି ସଂପାଦକ ଶ୍ରୀ ପରେଶ କୁମାର ପଟ୍ଟନାୟକ।
ଏକାଡେମୀର ଉପସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମଲ୍ଲୀକ୍ ଧନ୍ଯବାଦ ପ୍ରଦାନ କରିଥିଲେ। ଉତ୍ସବରେ ଯୁଗ୍ମ ସଂପାଦକ, ସଂଗଠନ ସଂପାଦକ, ଅର୍ଥ ସଂପାଦକ, ଏବଂ ସହସଂପାଦକଙ୍କ ସମେତ ଏକାଡେମୀ କାର୍ଯ୍ୟକାରୀ ପରିଷଦର ସମସ୍ତ ସଦସ୍ଯ ସଦସ୍ୟା ଏବଂ ବିଭିନ୍ନ ଜିଲ୍ଲାରୁ ଶତାଧିକ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜନ୍ମ ଦିନର ଛେନାପୋଡ କଟା ଯାଇଥିଲା ଓ ପରେପରେ ଶିଶୁ ନୃତ୍ୟ ଶିଳ୍ପୀ ଆରଭି ପଟ୍ଟନାୟକଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରା ଯାଇଥିଲା।
ପ୍ରଭାତ ଅଧିବେଶନରେ କବିତାପାଠ ହୋଇଥିଲା ଓ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ଶ୍ରୀ ପ୍ରଭାତ ଚନ୍ଦ୍ର ରଥ। କ୍ରୀଷ୍ଣା ମହାପାତ୍ର, ଆଶାଲତା ପ୍ରଧାନ, ସବିତା ଭୋଇ, ଧୃବ ଚରଣ ଘିବେଲା, ମନୋରମା ପାତ୍ର, ପ୍ରବାସିନୀ ମିଶ୍ର ପ୍ରମୁଖ କବିତା ସଂଯୋଜନା କରିଥିବା ବେଳେ ମିନତି ପଟ୍ଟନାୟକ, କବିତା ମିଶ୍ର, ଚାରୁଲତା ମିଶ୍ର, ଲକ୍ଷ୍ମୀକାନ୍ତ ଦଳେଇ, ରମେଶ ଦାଶ, ମହେନ୍ଦ୍ର ବିଶୋଇ, ଲକ୍ଷ୍ମୀଧର ମାଝି, ହେମନ୍ତ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

 

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

Image

ତା ୨୭.୦୧.୨୦୨୪

ଇ – ପତ୍ରିକା ଉନ୍ମୋଚନ

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ଇ-ପତ୍ରିକାଶିଶୁ କିଶୋର. କମ୍ ଭୁବନେଶ୍ୱର ଜୟଦେବ ଭବନର ଗୀତ ଗୋବିନ୍ଦ ସଦନରେ ଉନ୍ମୋଚିତ ହୋଇଯାଇଛି। ଏକାଡେମୀ ର ସଭାପତି ପ୍ରଫେସର ଦାଶ ବେନହୁର ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ଉନ୍ମୋଚନ ଉତ୍ସବ ରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଇ-ପତ୍ରିକା ଉନ୍ମୋଚନ କରି କହିଲେ ଯେ ସାଂପ୍ରତିକ ସମୟରେ ପିଲାମାନେ ମୋବାଇଲ ଓ ଇଣ୍ଟରନେଟ ଦେଖିବାକୁ ଆଗ୍ରହୀ। ମୋବାଇଲ ରୁ ଅଧିକ ଗ୍ୟାନ ଅର୍ଜନ କରିବାକୁ ଆଗ୍ରହୀ। ତେଣୁ ଛପା ପତ୍ରିକା ଅପେକ୍ଷା ଇ-ପତ୍ରିକା ପଢିବାକୁ ଇଛା ପ୍ରକାଶ କରୁଛନ୍ତି। ଏହି ସମୟ ରେ ଏକାଡେମୀ ପକ୍ଷରୁ ଇ-ପତ୍ରିକା ପ୍ରକାଶନ ଏକ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ସ୍ୱତନ୍ତ୍ର ସାଶନ ସଚିବ ବିଶିଷ୍ଟ କବି ମଧୁସୂଦନ ଦାଶ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ଇ-ପତ୍ରିକା ର ଉପଯୋଗୀତା ଉପରେ ଆଲୋଚନା କରିଥିଲେ। ଇ-ପତ୍ରିକା ପ୍ରକାଶନ ଫଳରେ ଆମ ଓଡିଆ ସାହିତ୍ୟ ପ୍ରୁଥିବୀର କୋଣ ଅନୁକୋଣରେ ଓଡିଆ ପିଲା ପଢିପାରିବେ ବୋଲି ଅନ୍ୟାନ୍ୟ ବକ୍ତାମାନେ ମତ୍ତ ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ଯ ରେ ଉପସଭାପତି ପ୍ରାକ୍ତନ ରାଜସ୍ୱ ଆୟୁକ୍ତ ଶ୍ରୀ ଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ୍ , ପ୍ରାକ୍ତନ ସ୍ୱତନ୍ତ୍ର ସାଶନ ସଚିବ କବି ଧନଞୟ ସ୍ୱାଇଁ, ଯୁଗ୍ମ ନିର୍ଦ୍ଦେଶ କ ଡକ୍ଟର ସନାତନ ପଣ୍ଡା, ପ୍ରାକ୍ତନ ବରିଷ୍ଠ ପ୍ରଶାସକ ଡକ୍ଟର ଲିଙ୍ଗରାଜ ରଥ, ଏକାଡେମୀ ର ଅର୍ଥ ସଂପାଦକ ଶ୍ରୀ ଯୁକ୍ତ ରବୀନ୍ଦ୍ର ନାଥ ମାଝୀ, ଇ-ପତ୍ରିକା ସଂପାଦକ ଗାଳ୍ପିକ ପରେଶ କୁମାର ପଟ୍ଟନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଏକାଡେମୀ ର ସମସ୍ତ ସଦସ୍ୟ ସଦସ୍ୟାମାନେ ଆଲୋଚନା କରିଥିଲେ। ଏକାଡେମୀ ର ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ବୀରେନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅର୍ଥ ସଂପାଦକ ଶ୍ରୀ ଯୁକ୍ତ ରବୀନ୍ଦ୍ର ନାଥ ମାଝୀ ଧନ୍ଯବାଦ ଅର୍ପଣ କରିଥିଲେ।

 

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

Image

ତା୧୮/୧୨/୨୨

ପୁସ୍ତକ ଉନ୍ମୋଚନ ଏବଂ ଆଲୋଚନା ଚକ୍ର

ତା୧୮/୧୨/୨୨ରିଖରେ ଭୁବନେଶ୍ୱରର କାନନବିହାର ଶ୍ରୀ ଜୟ ଦେବ ଶିକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ପୁସ୍ତକ ଉନ୍ମୋଚନ ଏବଂ ଆଲୋଚନା ଚକ୍ର। ଅନୁଷ୍ଠାନର ସଭାପତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଡକ୍ଟର ଦିଗରାଜ ବ୍ରହ୍ମା, ଡକ୍ଟର ମହେଶ୍ୱର ମହାନ୍ତି, ଡକ୍ଟର ସୁନାମଣି ରାଉତ, ଅତିଥିଭାବେ ଯୋଗ ଦେଇଥିଲେ। ଡକ୍ଟର ରାମ ଚନ୍ଦ୍ର ଦେଓ ଏବଂ ଶ୍ରୀ ସତ୍ୟନାରାୟଣ ମିଶ୍ର ଙ୍କର ସଂପାଦନାରେ ପୁସ୍ତକ-ମନଛୁଁଆ କାହାଣି ପେଡି, ଓ ଶିଶୁ ସାହିତ୍ୟିକ ଚତୁଷ୍ଟୟ ଉନ୍ମୋଚନ ହୋଇଥିଲା।

 

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

Image

ତା୨୪/୦୯/୨୩

ନୟାଗଡ଼ରେ ଶିଶୁ ସାହିତ୍ଯ ଆଲୋଚନା

ନୟାଗଡ଼ ଜିଲ୍ଲା ଭାଷା ସାହିତ୍ୟ ପରିଷଦ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଜିଲ୍ଲା ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ତା୨୪/୦୯/୨୩ ରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏକାଡେମୀର ସଭାପତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ର ମାନ୍ୟବର ବିଧାୟକ କବି ଅରୁଣ କୁମାର ସାହୁ ମୁଖ୍ୟ ଅତିଥି, ଶ୍ରୀ ଧନଞ୍ଜୟ ସ୍ୱାଇଁ ମୁଖ୍ଯ ବକ୍ତା, ଶ୍ରୀ ଶରତ କୁମାର ନାୟକଓ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାଷା ସାହିତ୍ୟ ପରିଷଦ ର ସଚିବ ଶ୍ରୀ ଯୁକ୍ତ ନିର୍ମଳ ଚନ୍ଦ୍ର ଶୂରଦେୱ, ସାଧାରଣ ସଂପାଦକ ବୀରେନ୍ଦ୍ର ମହାନ୍ତି ମଂଚ ପରିଚାଳନା କରିଥିଲେ। ଶତାଧିକ କବି କବିତା ପାଠ କରିଥିଲେ।

 

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

Image

ତା୦୬/୦୯/୨୩

ପ୍ରଥମ ବାର୍ଷିକ ଉତ୍ସବ

ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ତା୦୬/୦୯/୨୩ରେ ଭୁବନେଶ୍ୱର ଯଯାତି ହୋଟେଲ ସଭାଗ୍ରୁହରେ ସଭାପତି ଶ୍ରୀଯୁକ୍ତ ଦାଶ ବେନହୁର ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଖ୍ଯ ଅତିଥି ଭାବେ ଡକ୍ଟର ସଂଘମିତ୍ରା ମିଶ୍ର, ମୁଖ୍ୟ ବକ୍ତା ଭାବେ ଡକ୍ଟର ସନାତନ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଡକ୍ଟର ବିଜୟା ପାତ୍ର ଯୋଗଦେଇଥିଲେ। ଉପ ସଭାପତି ଶ୍ରୀ ଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ ସାଧାରଣ ସଂପାଦକ ବାର୍ଷିକ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଏକାଡେମୀ ର କାର୍ଯ୍ୟକ୍ରମ ସଂପର୍କ ରେ ସୂଚନା ପ୍ରଦାନ କରିଥିଲେ। ଏକାଡେମୀ ର ସଭାପତି ଆଗାମୀ ଦିନରେ ଏକ ଇ-ପତ୍ରିକା ପ୍ରକାଶ କରିବା ପାଇଁ ପ୍ର ସ୍ଥାବ ଦେଇ କହିଲେ ଯେ ଏହାକୁ ସଂପାଦନା କରିବାକୁ ଶ୍ରୀ ପରେଶ ପଟନାୟକଙ୍କୁ ଦାୟିତ୍ୱ ଦିଆଯିବ। ଆସନ୍ତା ନୂଆ ବର୍ଷରେ ଏହା ପ୍ରକାଶ ପାଇବ। ଏକାଡେମୀ ର ସ୍ୱପ୍ନକୁ ସାକାର କରି ଡକ୍ଟର ସନାତନ ପଣ୍ଡାଙ୍କ ରଚିତ ସଂଗୀତ ରୂପକ ଚଳଚିତ୍ର ମାଧ୍ଯମ ରେ ପ୍ରଦର୍ଶିତ ହୋଇଥିଲା। ସଭାପତିଙ୍କ ପ୍ରସ୍ଥାବ ଅନୁସାରେ ନୟାଗଡ଼ ଜିଲ୍ଲା ପ୍ରତିନିଧି ବସିରନ୍ ବିବି ପ୍ରଥମେ ନୟାଗଡ଼ ଜିଲ୍ଲା ରେ ଏକାଡେମୀ ର ବୈଠକ କରିବାକୁ ପ୍ରସ୍ଥାବଦେଇଥିଲେ।

 

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

Image

ତା୩୦/୦୭/୨୩

ଡକ୍ଟର ଯୁଗଳ ଷଡଙ୍ଗୀଙ୍କୁ ସମ୍ବର୍ଧନା

ତା୩୦/୦୭/୨୩ରିଖରେ ଭୁବନେଶ୍ୱରର ଜୟଦେବ ଭବନର ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠାନର ସାଧାରଣ ସଭା ଏବଂ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ଡକ୍ଟର ଯୁଗଳ ଷଡଙ୍ଗୀଙ୍କୁ ସମ୍ବର୍ଧନା ଜଣାଇବା ସହ ଆଜିର ଶିଶୁ ସାହିତ୍ୟ ଏବଂ ଆଗାମୀ କାଲିର ବିଜ୍ଞାନ ଶୀର୍ଷକରେ ଗବେଷକ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ, ଡକ୍ଟର ଶରତ କୁମାର ବିଶ୍ୱାଳ, ଯୁବ ବିଜ୍ଞାନ ଲେଖକ ହିମାଂଶୁ ଶେଖର ଫତେସିଂହ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ମାଝୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶ୍ରୀଯୁକ୍ତ ଧନଞ୍ଜୟ ସ୍ୱାଇଁ ମୁଖ୍ଯ ଅତିଥି ଏବଂ ଡକ୍ଟର ସନାତନ ପଣ୍ଡା ମୁଖ୍ଯବକ୍ତା ଭାବେ ଯୋଗ ଦେଇଥିଲେ। ଉପ ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ ଧନ୍ୟଵାଦ ପ୍ରଦାନ କରିଥିଲେ।

 

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

Image

ତା୦୪/୦୯/୨୦୨୨

ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ଙ୍କୁ ସମ୍ବର୍ଧନା

ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ୨ୟ ବୈଠକ ତା୦୪/୦୯/୨୦୨୨ରିଖ ଭୁବନେଶ୍ୱରର କାନନ ବିହାର ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ର ରେ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଦାଶ ବେନହୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅନୁଷ୍ଠାନ ର ସଦସ୍ୟ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇ ଥିବାରୁ ତାଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ଉକ୍ତ ବୈଠକରେ ଶ୍ରୀଯୁକ୍ତ ଶଶିଭୂଷଣ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକ ରେ ସାଧାରଣ ସଂପାଦକ ଆଭିମୁଖ୍ୟ ସଂପର୍କ ରେ କହିଥିବା ବେଳେ ସଂଗଠନ ସଂପାଦକ ସ୍ୱାଗତ ଏବଂ ଅର୍ଥ ସଂପାଦକ ଧନ୍ୟଵାଦ ପ୍ରଦାନ କରି ଥିଲେ।

 

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

Image

ତା୧୮/୦୮/୨୦୨୨

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ଗଠନ

ଓଡ଼ିଶା ଶିଶୁ ସାହିତ୍ୟିକ, ଶିଶୁ ସାହିତ୍ୟିକାମାନଙ୍କର ବହୁଦିନର ସ୍ୱପ୍ନକୁ ସାକାର କରି ତା୧୮/୦୮/୨୦୨୨ରିଖ ଗୁରୁବାର ଦିନ ପବିତ୍ର ଜନ୍ମାଷ୍ଟମୀ ଦିନ ଭୁବନେଶ୍ୱର ଶୈଳଶ୍ରୀବିହାର ମା ମଙ୍ଗଳା ମନ୍ଦିର ପରିସର ରେ ଶତାଧିକ ଶିଶୁ ସାହତ୍ୟିକ ଏବଂ ଶିଶୁ ସାହିତ୍ୟିକା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ-ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ଗଠନ ହୋଇଥିଲା। ଓଡ଼ିଆ ଶିଶୁ କିଶୋର ସାହିତ୍ୟ ର ଆଧୁନିକ ଯୁଗର ସ୍ରଷ୍ଠା ଶ୍ରୀଯୁକ୍ତ ଦାଶ ବେନହୁର ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକ ରେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରୁ ଶତାଧିକ ଶିଶୁ ସାହିତ୍ୟ ସ୍ରଷ୍ଟା ଯୋଗଦେଇଥିଲେ। ସର୍ବସମ୍ମତିକ୍ରମେ ଏକାଡେମୀ ର ସଭାପତି ଭାବେ ଶ୍ରୀ ଯୁକ୍ତ ଦାଶ ବେନହୁର, ଉପ ସଭାପତି ଭାବେ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ, ସାଧାରଣ ସଂପାଦକ ଭାବେ ଶ୍ରୀଯୁକ୍ତ ବୀରେନ୍ଦ୍ର ମହାନ୍ତି, ସଂଗଠନ ସଂପାଦକ ଭାବେ ଶ୍ରୀଯୁକ୍ତ ଶରତ କୁମାର ନାୟକ, ଏବଂ ସଂପାଦକ ଅର୍ଥ ରୂପେ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ମାଝୀ ମହୋଦୟ ମନୋନୀତ ହୋଇ ଥିଲେ।

 

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )