ତାଳଦଣ୍ଡା ରୁ ଚିତ୍ରକୋଣ୍ଡା ଦିଲ୍ଲୀପ କୁମାର ସାହୁ ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-06.html ମହାନଦୀରୁ ତ ନାଳ ବାହାରିଛି ନଆଁ ତାର ତାଳଦଣ୍ଡା ତାଳଦଣ୍ଡା ଯୋଗୁ ହସୁଅଛି କେତେ ବିଲବାଡି ଗାଁଆ ଗଣ୍ଡା। ସୁଆଦିଆ ଆଉ ଦେହ ପାଇଁ ଭଲ ଦେଶି କୁକୁଡ଼ାଙ୍କ  ଅଣ୍ଡା ଅଣ୍ଡାପରି ପୁଣି ଦେହକୁତ ହିତ ପାଚିଲା ଅମୃତଭଣ୍ଡା ‌। ସକାଳେ ସଞ୍ଜରେ ନିଇତି ଦେଉଳେ ଠାକୁର ପୁଜନ୍ତି ପଣ୍ଡା ପୂଜାପଣ୍ଡାଙ୍କର ମୁଣ୍ଡରେ ଚୁଟୀକୁ ମୁଣ୍ଡ ସବୁବେଳେ ଲଣ୍ଡା। ପାଟିରୁ ଛାଡେନି ଖାଉଥିଲେ ଯେତେ ଆଈ ହାତ ଗଢା ମଣ୍ଡା ଅଥାର ସଜାଡି ମଣ୍ଡାଗଢେ ଆଈ ଚୂଲିରେ ବସାଇ ହଣ୍ଡା । ପାଇକ ଙ୍କୁ ଆମ ଡରୁଥିଲେ ସବୁ ହାତେ ଥିଲେ ତାଙ୍କ ଖଣ୍ଡା ଚଉଦିଗ ବୀର ଜୟ କରିଥିଲେ ଉଡାଇ ବିଜୟ ଝଣ୍ଡା। ଧାନ କ୍ଷେତ ରେ ତ ଝଲମଲ ହୁଏ ପାଚିଗଲେ ଧାନକେଣ୍ଡା ଧାନ କୁଟା ହୋଇ ବାହାରେ ଚାଉଳ ବାହାରଇ ପୁଣି କୁଣ୍ଡା। ବରଷା ଋତୁରେ ବିଲ ବାଡି ସାରା ସାଲୁବାଲୁ କୁଜି ଗେଣ୍ଡା ଘାସ ପଡିଆରେ ମନ ଖୁସିରେ ତ ଚରୁଥାନ୍ତି ଛେଳି ମେଣ୍ଢା । ପିଆଜ ପାଚିଲେ ଗଛରେ ବାହାରେ କିସୁନ୍ଦର ତାର ଶଣ୍ଡା ଫସଲ ରେ ପାଣି ମଡାଇବା ପାଇଁ ନାଳ ରେ ଲାଗିଛି ତେଣ୍ଡା। ନୀରିହ ଯେମିତି ସରଳ ସେମିତି ମାଲକାନଗିରି ବଣ୍ଡା ତାଙ୍କରି କଥାକୁ ବଖାଣୁ ଥାଏ ରେ ଗୀତ ଗାଇ ଚିତ୍ରକୋଣ୍ଡା।