ଶଙ୍ଖି ବିଲେଇର ବାହାଘର ଚତୁର୍ଭୁଜ ପହି ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-07.html ଅଗଡ ବଗଡ ଶଗଡ ଗାଡି ଆଗକୁ ଆଗକୁ ଯାଉଛି ମାଡି ବହୂ ସାଜିଯାଏ ଶଂଖି ବିଲେଇ ବସିଛି ତା ବର ନିଶ ଫୁଲେଇ ବାଜିବ ବାଜା ବାହାଘର ପାଇଁ ବଣ ମୂଲକ ଯେ ହୋଇଛି ସଜା।।,,,,,,, କୁକୁର ନେଉଛି ବୁକୁଚା ବୋହି ଠେକୁଆ ନାଚୁଛି ତୂରୀ ବଜାଇ ମନ୍ତର ପଢୁଛି ଟିକି ଚଢ଼େଇ ହାତୀ ନିଏ ଆଗ ବାଟ କଢ଼େଇ ବଣର ରାଜା କୁହାଟ ମାରୁଛି କିଏ କାହିଁ ଅଛ ଆସ ମୋ ପ୍ରଜା।।,,,,,,,, ପରଷି ଦେଉଛି ଗଧିଆ ଭାଇ ଯିଏ ଯାହା ମନ ଖାଉଛି ନେଇ ବରଯାତିରୀ ଙ୍କୁ ଗୋଟିଏ କରି କନିଆଁ ର ପିତା ହାତରେ ଧରି ଦେଉଛି ଗଛ ଲଗାଇ ବଞ୍ଚାଇ ଜୀବନ ଗଢିବା ନକରି ପଛ।।,,,,,