ବର୍ଷା ଗଲା ନିରୁପମା କବି ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-08.html ବର୍ଷା ଗଲା ଆକାଶ ଟା ତୋରା ଫର୍ଚା ହେଲା ଶରତ ଆସି ମରତ କୋଲ ରେ ଯାଇଛି ବସି ।। ମୌଜ ଫୌଜ ଆସୁଛି ମାଡ଼ି ପୂଜା ଲାଗି ଯିବ ଧାଡ଼ି କି ଧାଡ଼ି, ଢାଉଁ ଢାଉଁ ଢାଉଁ ଢାକ ଶବଦ ଗଗନେ ପବନେ ଉଠିବ ନାଦ।। ଦୁର୍ଗା ପୂଜା, ଆଉ ତ ଅଳପ ଦିନ ରହିଲା, ବିରାଟ ମେଢ ଶିଳ୍ପୀ ଗଢୁଛି ଲଗାଇ ବେଡ।। ତାପରେ ଆସିବ କୁଁ ଆର ପୁନି ଦମ୍ମେ ମଜ୍ଜା କରିବୁ ପୁଣି।। ଟୁପ ଟୁପ ଟୁପ କାକର ଟୋପା ଭୋର୍ ରୁ ଖସୁଛି ଟିପି ଟିପିକା ସକାଳ ରୁ ଘାସ ପତର ଦେଖି, ମନ ଟା ଖୁସୀ ରେ ନାଚି ଯାଉଛି।। ନଈ ପଠା ଯାକ କାଶ ତନ୍ଡି ର ବସିଛି କି ସତେ ହାଟ ବଜାର, ଝୁଲି ଝୁଲି କହେ ଆସ ରେ ଯିବା ଦଶରା ମେଳା ଟା ବୁଲି ଦେଖିବା