ହୋଇବି ଭଲପିଲା ଦେବାଶିଷ ଚକ୍ରବର୍ତ୍ତୀ ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-12.html ଶରତ କାଳେ ନଈ ଯେପରି ହୁଏନି ଅମାନିଆ ମନ ଖୁସି ରେ ଖାଇବି ଯାହା ପରଷି ଦେବେ ମାଆ। ବାଟ ଘାଟ ରେ କାଦୁଅ ନାହିଁ ଆକାଶ ନିରିମଳ ସଫା ସୁତୁରା ରଖିବି ସଦା ମନ ଅଗଣା ମୋର। ଗଙ୍ଗଶିଉଳି ଫୁଲ ଯେପରି ପବନେ ଭରେ ବାସ ସୁଗୁଣ ବାସେ ମୁହିଁ ସଭିଙ୍କ କରିବି ମନତୋଷ। ବେଣା ଗହୀରେ ନଈ ପଠାରେ ହସଇ କାଶତଣ୍ଡୀ ରୂପେଲି ଫୁଲ ଦିହେ ତାହର ହୋଇଛି କି ବା ମଣ୍ଡି ? ଥିରି ପବନେ ଦୋହଲି କରି ଚାମର କିବା ଢ଼ାଳେ ଭକତି ଭାବ ରଖିବି ସଦା ମାଆ ଙ୍କ ପୟର ରେ। ପଢ଼ା ବେଳରେ ପାଠ ପଢାରେ ଦେବିନି ଜମା ଢିଲା ଗୁରୁଜନ ଙ୍କ କଥା ମାନି ମୁଁ ହୋଇବି ସୁନା ପିଲା।