ଟିକି ଘର କୀର୍ତ୍ତନ ସାହୁ ନଭେମ୍ବର: ୨୦୨୬ Canonical: https://shishukishora.com/editions/2026-11/article-13.html ମୋ ` ଟିକି ଘର ମୋତେ ବଢିଆ ଖରା ଶୀତ ବର୍ଷା ହେଉ ଝଡିଆ ଆହା କେଡ଼େ ମନ ଲୋଭା କାନ୍ଥରେ ତାହାର ଝୋଟି ଆଙ୍କି ଦେଲେ ବଢ଼ି ଯାଏ ତାର ଶୋଭା । ଟିକି ଘର କଡେ ଡୁବି ଗଡିଆ ମାଛ ଖେଳୁ ଥାନ୍ତି ଭାରି ବଢିଆ ଭାରି ମଜା ମୋତେ ଲାଗେ ମାଛ ଧରିବାକୁ ରାନ୍ଧି ଖାଇବାକୁ ମନରେ ସରାଗ ଜାଗେ । ଫୁଲ ବଗିଚାଟେ ଅଛି କଡ଼ରେ କେତେ ଫୁଲ ଫୁଟେ ଛୋଟ ବଡରେ ବାସନା ତ ଛୁଟି ଆସେ ଯୋଉଠି ଥିଲେ ବି ଯାହା କରୁଥିଲେ ମହ ମହ ହୋଇ ବାସେ । ଏଇ ଟିକି ଘର ପ୍ରିୟ ଆମର ଆସିଥାଏ ଏହା କେତେ କାମର କୋଳେ ତା ଆଶରା ଦିଏ ସୁଖରେ ଦୁଃଖରେ ହସରେ କାନ୍ଦରେ ଆପଣାର କରି ନିଏ ।